ଜାହାଙ୍ଗୀରଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସହରସ୍ଥିତ ଗୌଡ଼ଗୋପର ପରଲୋକଗତ ସମାଜସେବୀ ତଥା ରାଜନୈତିକ କର୍ମୀ ସେକ୍ ଜାହାଙ୍ଗୀରଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ବିଶିଷ୍ଟ ଜନନେତା ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ମହାପାତ୍ର ଜାହାଙ୍ଗୀରଙ୍କ ଘରେ ପହଞ୍ଚି ଦୀର୍ଘ ସମୟ ଧରି ତାଙ୍କ ୪ଝିଅ ଓ ଏକମାତ୍ର ପୁଅଙ୍କ ସହିତ ଆଲୋଚନା କରିବା ସହ ସମବେଦନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ପୌରାଧ୍ୟକ୍ଷ ବିଜୟକୃଷ୍ନ ସାହୁ, ବରିଷ୍ଠ ଆଇନଜୀବି ସରୋଜରାଜ ସିଂହ, ପୂର୍ବତନ କାଉନସିଲର ହିବଜୁର ରହେମନ, ବିଜେପି ନେତା ଭୁବନ ମୋହନ ଜେନ, ସୁକାନ୍ତ ଦ୍ୱିବେଦୀ, ଦୁର୍ଯ୍ୟୋଧନ ସାହୁ, ସରୋଜକାନ୍ତ ନାୟକ, ଗଣେଶ ଚନ୍ଦ୍ର ସାମଲ, ଅମ୍ବିକା ପରିଡ଼ା, ବିପଦ ଭଞ୍ଜନ ଦାସ, ମନୋରଞ୍ଜନ ଉପାଧ୍ୟାୟ, ଦିଲ୍ଲୀପ ଦାସ, ନୃସିଂହ ରାଉତ, ମମତାମୟୀ ସାମଲ, ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ ଗତ ଶନିବାର ଜାହାଙ୍ଗୀରଙ୍କର ଆକସ୍ମିକ ହୃଦଘାତରେ ପରଲୋକ ହୋଇଯାଇଥିଲା । ଏହାପରେ ଶ୍ରୀମହାପାତ୍ର ନିକଟରେ ମୃତ୍ୟୁବରଣ କରିଥିବା ନସଡ଼ିପୁର ଗ୍ରାମର ଯୁବ ବ୍ୟବସାୟୀ ପୂଣ୍ୟ ପ୍ରଦୀପ ତ୍ରିପାଠୀ(ଗୋପାଳ)ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରେ ଶ୍ରୀ ମହାପାତ୍ର ବର୍ଷିୟାନ ନେତା କୁଞ୍ଜ ବିହାରୀ ପୃଷ୍ଟିଙ୍କୁ ତାଙ୍କ ମୀରପାଟଣାସ୍ଥିତ ବାସଭବନରେ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।


