ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ସକାଳ ୬ଟାରେ ନିମାପଡ଼ା ତହସିଲଦାର ତଥା ଭାରପ୍ରାପ୍ତ ସବରେଜିଷ୍ଟ୍ରାର ରାମଚନ୍ଦ୍ର ଜେନାଙ୍କୁ ଦୁର୍ନୀତି ନିବାରଣ ବିଭାଗ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଉଠାଇ ନେଇଛି।ଶ୍ରୀ ଜେନା ନିଜ ଭାଇକୁ ସରକାରୀ ବାସଭବନକୁ ଡାକି ୪ ଲକ୍ଷ ୬୧ ହଜାର ଟଙ୍କା ଦେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଏହି ଚଢ଼ଉ କରିଛି।ପରେ ବିଭାଗୀୟ ଅଧିକାରୀ ତାଙ୍କ ବାସଭବନରୁ ଆଉ ୫୦ ହଜାର ଟଙ୍କା ଜବତ ମଧ୍ୟ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ୨୦୧୧ ଓ ୨୦୧୮ ମସିହାରେ ତାଙ୍କ ନାମରେ ଦୁଇଟି ମାମଲା ହୋଇଥିଲା, ଯାହାକି ଏବେ ବିଚାରାଧୀନ ଅଛି। ସେବେଠାରୁ ସେ ଦୁର୍ନୀତି ନିବାରଣ ବିଭାଗର ନଜରରେ ଥିଲେ।ଆଉ ମଧ୍ୟ ୫ଟି ବେଆଇନ ପାନ୍ କାର୍ଡରେ ଭିନ୍ନ ଭିନ୍ନ ବାପା ନାମ ବ୍ୟବହାର କରୁଥିବାରୁ ସେହି ମାମଲା ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ରେ ଶ୍ରୀ ଜେନା ଓ ତାଙ୍କ ଭାଇଙ୍କୁ ପଚରା ଉଚରା ଜାରି ରହିଛି। ତାଙ୍କ କଟକସ୍ଥିତ ବାସଭବନ ଓ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଠାରେ ଥିବା ବାସଭବନରେ ଚଢ଼ାଉ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ