ତେଲ କମ୍ପାନି ସିଇଓଙ୍କ ସହ କଥାହେବେ ମୋଦୀ

ଭୁବନେଶ୍ୱର,(ୱାଇଏନ୍ଏସ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର (୨୬ ତାରିଖ) ସଂଧ୍ୟା ୫ଟା ୩୦ ମିନିଟରେ ଦେଶବିଦେଶର ବଡ଼ ତେଲ ଓ ଗ୍ୟାସ କମ୍ପାନିର ସିଇଓଙ୍କ ସହିତ କଥାହେବେ। ଭିଡିଓ କନ‌ଫରେନ୍ସିଂ ମାଧ୍ୟମରେ ମୋଦୀ ‌ସିଇଓମାନଙ୍କ ସହିତ ଆଲୋଚନା କରିବେ। ନିତି ଆୟୋଗ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଏହି ଆଲୋଚନାର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୪୫ଟି କମ୍ପାନିର ସିଇଓ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ନିତି ଆୟୋଗ ପକ୍ଷରୁ ପୂର୍ବରୁ ଏଭଳି ୪ଥର ଆଲୋଚନା ହୋଇ ସାରିଥିବାବେଳେ ଏହା ପଞ୍ଚମ। ବିଶେଷକରି ଭାରତର ତୈଳ ଓ ଗ୍ୟାସ କ୍ଷେତ୍ରରେ ନିବେଶ ପାଇଁ ରହିଥିବା ସୁବିଧା ସୁଯୋଗ ସ‌ଂପର୍କରେ ପ୍ରଧାନମନ୍ତ୍ରୀ ତୈଳ କମ୍ପାନିଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରିବେ। ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେଇ ଉଦ୍‌ବୋଧନ ଦେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ