ଜିତିଗଲେ ବାପା ହାରିଗଲା ପୁଅ

ସମ୍ବଲପୁର, (ଓ୍ବାଇଏନ୍ଏସ୍) : ପୁଣି ଥରେ ସମ୍ବଲପୁର ରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି | ତାହା ହେଲା ସମ୍ବଲପୁର ଜିଲ୍ଲା ହୀରାକୁଦ ଇଏସଆଇ ମେଡିକାଲ କାର୍ଯ୍ୟରତ ରେ ଥିବା ଡାକ୍ତର କୁଳମଣି ସୁନା ଙ୍କର କୋରନା ରେ ମୃତୁ ହୋଇଛି | ତାଙ୍କୁ ମାତ୍ର ୪୨ ବୟସ ହୋଇଥିଲା ,ସେ କୋରନା ପଜିଟିଭ ବାହାରିଲା ପରେ ଦୀର୍ଘ ୮ ଦିନ ଧରି ସମ୍ବଲପୁର କୋଭିଟ ସେଣ୍ଟର ରେ ତାଙ୍କର ଚିକିତ୍ସା କରାଯାଉଥିଲା | କିନ୍ତୁ ଦୁଃଖର ବିଷୟ କୋରନା ର ଯୁଦ୍ଧରେ ସେ ଜିତିପାରି ନଥିଲେ | ଶେଷରେ ହାରିଯାଇ ନିଜର ପ୍ରାଣତ୍ୟାଗ କରିଥିଲେ | ସୂଚନା ଯୋଗ୍ୟ ସେ ଇଏସଆଇ ମେଡିକାଲ ରେ ଜଣେ ଭଲ କାର୍ଯ୍ୟରତ ଡାକ୍ତର ଥିଲେ , ସବୁ ଡାକ୍ତର ଙ୍କ ପରି ସେ ମଧ୍ୟ ରୋଗୀ ଙ୍କ ସେବାରେ ସବୁବେଳେ ନିଜକୁ ନିୟୋଜିତ ରଖୁଥିଲେ | ସେ କୋରନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ବାପା ଓ ମା ଙ୍କୁ ମଧ୍ୟ ସମ୍ବଲପୁର କୋଭିଟ ସେଣ୍ଟର ରେ ଚିକିତ୍ସା କରାଯାଉଥିଲା , କିନ୍ତୁ ୨ ଦିନ ତଳେ ପ୍ରଥମେ କୋରନା ରେ ସେ ନିଜ ମା ଙ୍କୁ ହରାଇଥିଲେ , ଓ ତାଙ୍କ ବାପା ସେହି ସେଣ୍ଟର ରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ | ପରେ ପରେ ବାପା ମଧ୍ୟ ସୁସ୍ଥ ହୋଇଯାଇଥିଲେ| ଓ ପୁଅ ର ଆରୋଗ୍ୟ କାମନା କରି ଚାହିଁ ରହିଥିଲେ, ପୁଣି ପୁଅ କେବେ ଫେରି ଆସିବ ଓ ପୁଣି ଥରେ ରୋଗୀ ମାନଙ୍କର ସେବା କରିବ | କିନ୍ତୁ ତାଙ୍କ ସ୍ୱପ୍ନ , ସ୍ୱପ୍ନ ରେ ରହିଗଲା ପୁଅ ଆଉ ଫେରିଲା ନାହିଁ ପୁଅ , ଖବର ଆସିଲା ପୁଅ ଆଉ ଦୁନିଆ ରେ ନାହିଁ ବୋଲି ,ସୂଚନା ନୁସାରେ ସମ୍ବଲପୁର ସହର ର ଷ୍ଟେସନପଡା ଅଞ୍ଚଳରେ ଏହି ଡାକ୍ତର ଙ୍କର ଘର ,ତାଙ୍କ ପରିବାରରେ ବାପା,ମା,ସ୍ତ୍ରୀ ,ଓ ଦୁଇ ପୁଅ ଅଛନ୍ତି | ସ୍ତ୍ରୀ ଓ ପୁଅ କୁ ହରାଇ ବାପା ବର୍ତମାନ ସମୟରେ ପୁରା ଭାଙ୍ଗି ପଡିଛନ୍ତି | ଚିକିତ୍ସା ପାଇଁ ଡାକ୍ତରଙ୍କୁ ଭୁବନେଶ୍ୱର କିମ୍ବା କଟକ କୁ ସ୍ଥାନାନ୍ତରିତ କରିବାପାଇଁ ଚେଷ୍ଟା କରିଯାଇଥିଲା , କିନ୍ତୁ ତାହା ସମ୍ଭବ ହୋଇ ପାରିଲା ନାହିଁ , ଶେଷରେ ଗୁରୁବାର ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା | ସେ ରହୁଥିବା ସ୍ଥାନରେ ରହୁଥିବା ଲୋକମାଙ୍କର ଚିକିତ୍ସା କଥା ସେ ନିଜେ ବୁଝୁଥିଲେ | ତାଙ୍କର ଏହି ଦୁଃଖଦ ଖବର ଶୁଣିଲା ପରେ ଷ୍ଟେସନପଡା ସ୍ଥାନୀୟ ଲୋକମାଙ୍କର ମଧ୍ୟରେ ଶୋକର ଛାୟା ଖେଳିଯାଇଛି | ଅନ୍ୟ ପକ୍ଷରେ ଶୁଣିବା କୁ ମିଳୁଛି ଯେ କୋଭିଟ ସେଣ୍ଟର ରେ ଠିକ ଭାବରେ ଲୋକମାନଙ୍କୁ ଚିକିତ୍ସା କରାଯାଉନାହିଁ ସେହି ରୋଗୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଲୋକମାନେ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ