ଲକ୍ଷାଧିକ ଟଙ୍କା ନେଇ ଅଧା ରାସ୍ତାରେ ଛାଡି ଦେଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ସୂଦୁର କୋୟାମ୍ବାଟୁରରୁ ବଲାଙ୍ଗିର,କଳାହାଣ୍ଡିକୁ ଲକ୍ଷାଧିକ ଟଙ୍କା ଦେଇ ଭଡାରେ ଆସିଥିବା ବସ୍ ଆନ୍ଧ୍ର ଓ ଓଡିଶା ବୋର୍ଡରରେ ଛାଡି ଚାଲିଗଲା । ଗଜପତି ପ୍ରଶାସନ ସେମାନଙ୍କୁ ନିଜଦ ନିଜ ଘରକୁ ଫେରାଇବା ଦାୟୀତ୍ୱ ନେଲେ । ଗଜପତି ଜିଲା ସୀମାନ୍ତବର୍ତ୍ତି ପୁରୁଣାପାଟଣା ନାକାଗେଟ୍ ପୋଏଣ୍ଟରେ ତାମିଲନାଡୁରୁ ଫେରିଥିବା ପ୍ରବାସୀ ଓଡିଆ ମାନେ ପହଞ୍ଚିବା ପରେ ସେମାନେ ଅନ୍ୟ ଜିଲାର ହୋଇଥିବାରୁ ସେମାନଙ୍କୁ ପଠାଇବା ପାଇଁ ଜିଲା ପ୍ରଶାସନ ବ୍ୟବସ୍ଥା କରିଛି । ଘଟଣାରୁ ପ୍ରକାଶ ଯେ, ତାମିଲନାଡୁ ରାଜ୍ୟର କୋଇମ୍ବାଟୁର୍ ଠାରେ ଏକ ସୁତାକଳରେ କାର୍ଯ୍ୟରତ ୨୫ ଜଣ ପୁରୁଷ ଓ ୨ ଜଣ ମହିଳା ୧ ଲକ୍ଷ ୫ ହଜାର ଟଙ୍କା ବିନିମୟରେ ଏକ ବସ୍ ଭଡା ସୂତ୍ରରେ ନେଇ ସେଠାରୁ ନିଜ ରାଜ୍ୟ ଓଡିଶାର ବଲାଙ୍ଗିର୍, କଳାହାଣ୍ଡି ଆଦି ଅଞ୍ଚଳକୁ ଯିବାକୁ ଆସିଥିଲେ । ମାତ୍ର ଉକ୍ତ ବସ୍ ସେମାନଙ୍କୁ ନିଜ ଜିଲାରେ ନ ପହଞ୍ଚାଇ ପାରଳାଖେମୁଣ୍ଡି ସୀମାନ୍ତବର୍ତ୍ତି ଆନ୍ଧ୍ରରାଜ୍ୟରେ ଛାଡି ଚାଲିଯାଇଥିଲେ । ସେମାନଙ୍କୁ ପୁରୁଣାପାଟଣା ସ୍ଥିତ ନାକା ପୋଏଣ୍ଟ ଠାରେ ପୋଲିସ୍ କର୍ମଚାରୀ ମାନେ ଧରିବା ପରେ ସେମାନଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥିଲେ । ଏମାନେ ସମସ୍ତଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ପାଠାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ କଲେଜରେ ରାତ୍ରୀଜାପନର ବ୍ୟବସ୍ଥା କରାଯାଇଛି । ଏହି ପ୍ରବାସୀ ମାନଙ୍କ ସହ ପାରଳାଖେମୁଣ୍ଡି ସହକାରୀ ତହସିଲଦାର ସ୍ୱାଗତୀକା ଦାସ ଭେଟି ଭଲମନ୍ଦ ଆଲୋଚନା କରିଥିବା ଜଣାପଡିଛି ।


