ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୮୮ତମ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଏସପି ସାଗରିକା ନାଥ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ୱର ଉପ-ଜିଲାପାଳ କୁନାଲ ମୋତିରାମ ଚୌହାନ, ପୌରାଧ୍ୟକ୍ଷା ସବିତା ସାହୁ, ଜିଲାମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲ ସେନ ଜଗଦ୍ଦେବ ପ୍ରମୁଖ ଏଥିରେ ଯୋଗଦେଇ ଆସନ୍ତା ଏପ୍ରିଲ ୧ ତାରିଖରେ ପାଳିତ ହେବାକୁ ଯାଉଥିବା ଜିଲାସ୍ତରୀୟ ଓଡ଼ିଶା ଦିବସକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମତାମତ ଦେଇଥିଲେ । ପ୍ରତ୍ୟୁଷରୁ ସହରାଞ୍ଚଳରେ ବନ୍ଦେ ଉତ୍କଳ ଜନନୀ ଏବଂ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ରଚିତ ଭାଷା ବନ୍ଦନା ସଙ୍ଗୀତ ପରିବେଷଣ କରାଯିବ । ୭ଘଟିକା ସମୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ । ପରେ ସହରର ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବେ । ଉତ୍କଳ ଦିବସରେ ରକ୍ତଦାନ ଶିବିର ଆୟୋଜନ ଏବଂ ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯିବ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହି ଅବସରରେ ଗାନ୍ଧୀ ସ୍ମୃତି ଭବନରେ ଫଟୋଚିତ୍ର ପ୍ରଦର୍ଶନୀ ଓ ପୁସ୍ତକ ମେଳାର ଆୟୋଜନ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପବିତ୍ର ଓଡ଼ିଶା ଦିବସ ପାଳନ ଅବସରରେ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ ସହ ଶ୍ରେଷ୍ଠ ବିବେଚିତ ଚିତ୍ରଗୁଡ଼ିକୁ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ପ୍ରଦଶିତ ହେବ । ସଂଧ୍ୟାରେ ଗାନ୍ଧୀ ସ୍ମୃତି ଭବନ ଠାରେ ସାଧାରଣ ସଭା ସହ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାକୁ ବୈଠରେ ସିଦ୍ଧାନ୍ତ ନିଆଯାଇଛି । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ବିଗତ ବର୍ଷର ତଥ୍ୟ ଉପସ୍ଥାପନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ