ଜିଲାସ୍ତରୀୟ ମନିଟରିଂ କମିଟି (ଡିଏଲଏମସି) ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ମନିଟରିଂ କମିଟି (ଡିଏଲଏମସି) ବୈଠକ ଅନୁଷ୍ଠିତ ହୋଇଥିଲା । ଜିଏମ ଡିଆଇସି ମହେଶ ଚୈାଧୁରୀ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ଛୋଟ ଛୋଟ ଶିଳ୍ପ ଉଦ୍ୟାଗ ମାନଙ୍କୁ ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ କରିବାରେ ସହଯୋଗ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ୨୦୨୨/୨୩ ବର୍ଷରେ ଜିଲାର ବିଭିନ୍ନ ବ୍ୟାଙ୍କ ମାନଙ୍କରେ ପ୍ରଧାନମନ୍ତ୍ରୀ ଆତ୍ମନିଯୁକ୍ତି ଯୋଜନା ମାଧ୍ୟମରେ ୧୦୪୯ ଟି ଆବେଦନ ଗ୍ରହଣ କରାଯାଇଥିବା ବେଳେ ୨୬୯ ଆବେଦନକୁ ମଞ୍ଜୁରି ମିଳିଥିବା ବେଳେ ୨୯୭ ଟି ଆବେଦନ ଫଇସଲା ନହୋଇ ପଡି ରହିଥିଲା । ବିଭିନ୍ନ କାରଣରୁ ୫୧୧ ଟି ଆବେଦନ ବ୍ୟାଙ୍କ ପକ୍ଷରୁ ଫେରିଆସିଥିବା ବୈଠକ କୁହାଯାଇଛି । ପେଣ୍ଡିଙ୍କ ଆବେଦନ ଗୁଡିକ ମଞ୍ଜୁର ସମେତ ଫେରିଆସିଥିବା ଆବେଦନ ଗୁଡିକପୁନଃ ଆଲୋଚନା କରି ତାହା କିପରି ମଞ୍ଜୁରି ହୋଇପାରିବ ତାହାନେଇ ଜିଏମ ଡିଆଇସି ସମସ୍ତ ବ୍ୟାଙ୍କ ଅଧିକାରୀ ମାନଙ୍କୁ କହିଥିଲେ । ସର୍ବାଧିକ ଆବେଦନ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୪୦୪ ଟି ଆବେଦନ ହୋଇଥିବା ବେଳେ ୯୬ ଟି ମଞ୍ଜୁର ନ ହୋଇ ପଡିରହିଥିବା ବେଳେ ୨୩୨ଟି ଆବେଦନ ବ୍ୟାଙ୍କ ପକ୍ଷରୁ ଫେରସ୍ତ କରାଯାଇଛି । ସେହିପରି ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ରେ ୨୪୨ ଟି ଆବେଦନ ହୋଇଥିବା ବେଳେ ୫୨ ଟି ଆବେଦନ ମଞ୍ଜୁର ନ ହୋଇ ପଡି ରହିଛି ଓ ୧୧୭ ଟି ଆବେଦନ ବ୍ୟାଙ୍କ ପକ୍ଷରୁ ଫେରସ୍ତ କରାଯାଇଥିବା ଜଣାପଡିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଲଡିଏମ ଅଶୋକ କୁମାର ପଣ୍ଡା, ଇଡକୋ ଡିଭିଜନାଲ ହେଡ ଅଶୋକ ମିଶ୍ର, ଟିପିଏସଓଡିଏଲ ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଇ. ଚନ୍ଦନ ଦାସ, ଟିପିଏସଓଡିଏଲ ଛତ୍ରପୁର ଅଧିକ୍ଷଣ ଯନ୍ତ୍ରୀ ଇ. ସୁଦର୍ଶନ ବେହେରା, ଗଞ୍ଜାମ ଜିଲା ଦିପା ସନ୍ତୋଷ କୁମାର ରଣା, ସୋଭନ ଦାସ, ଦିଲ୍ଲିପ କୁମାର ଦାସଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ