ଜିଲା କଂଗ୍ରେସ କମିଟିର ଶାନ୍ତିପୁର୍ଣ ସତ୍ୟାଗ୍ରହ
ଜୟପୁର, (ଓ୍ବାଇଏନ୍ଏସ୍):ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଶାନ୍ତିପୁଣ୍ଣ ସତ୍ୟାଗ୍ରହ କରି ଧାରଣା ଦେଇଛି । ଜିଲା ସଭାନେତ୍ରୀ ମିନାକ୍ଷି ବାହିନିପତିଙ୍କ ଆହ୍ୱାନରେ ଜିଲାର ବରିଷ୍ଠ ନେତା ଓ କର୍ମୀ ମାନେ ଧାରଣା ରେ ବସିଥିଲେ । ହାଥରସ୍ ଗଣଦୁଷ୍ମର୍ମ ବିରୋଧରେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ହାଥରସ୍ ଯାତ୍ରା ସମୟରେ ଦୁବ୍ୟବହାର ର ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ଏହି ଘଟଣାକୁ ନେଇ କଂଗ୍ରେସ ବର୍ଷିଛି । ଗଣତନ୍ତ୍ରର ମୁଲ୍ୟବୋଧ ଓ ସମ୍ବିଧାନକୁ ଅସମ୍ମାନ ପ୍ରତି ଏହା ଚରମ କୁଠାରଘାତ । ତୁରନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦିଅନ୍ତୁ । ଏଭଳି କୃର ଘଟଣା ଭାରତ ବର୍ଷର ଗଣତନ୍ତ୍ରର ମୁଲ୍ୟବୋଧ ଓ ରାଜନୈତିକ ସମସ୍ତ ଶାଳୀନତାକୁ କ୍ଷୁଣ୍ଣ କରିଥିବାରୁ କଂଗ୍ରେସ ଦଳ ତରଫରୁ ଘଟଣାର ତ୍ରୀବ୍ର ନିନ୍ଦା ଓ ଘୋର ପ୍ରତିବାଦ କରାଯାଇଛି । ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ କୋଟି କୋଟି କଂଗ୍ରେସକର୍ମୀ ନେତୃମଣ୍ଡଳୀ ଓ ଶୁଭେଛୁ ମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି । ଏପରି ଘଟଣାକୁ ଜିଲା କଂଗ୍ରେସ କମିଟି ତିବ୍ର ନିନ୍ଦା କରିଛି । ଏନେଇ ଶାନ୍ତି ପୁର୍ଣ ଧାରଣା ଓ ବିକ୍ଷୋଭ ଜିରିଆରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କର ଆଶାଳୀନ ବ୍ୟବହାର ଏ ବବୋରଚ୍ଚିତ ଆକ୍ରମଣ ଘଟଣା ଜନସାଧାରଣଙ୍କୁ ଅବଗତ କରାଯିବା ନେଇ ଧାରଣା ଦିଅଯାଇଥିଲା । ଏହି ଶାନ୍ତି ପୁର୍ଣ ଧାରଣା ବିକ୍ଷୋଭରେ ଜିଲା ମହିଳା ସଭା ନେତ୍ରୀ ନଳିନି ରଥ, ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ର, ମଦନ ମୋହନ ନାୟକ. ବୁଲୁ ସାହୁ, ନିହାର ବିଷୋୟୀ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ରାମ ନାୟକ, ଗଙ୍ଗା ସାହୁ, ହସନ ମଦାନି ପ୍ରମୁଖ ଉପସ୍ଥିତ ଥିଲେ ।


