ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳଙ୍କ ମାତୃ ବିୟୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳଙ୍କ ମା ରତ୍ନମଣୀ ବିଶ୍ୱାଳଙ୍କ ୯୧ବର୍ଷ ବୟସରେ ଶାସଙ୍ଗ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରା୍ରୟଣା, ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ପୁର୍ବତନ ବିଧାୟକ ମାୟାଧର ଜେନା, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ଜିଲ୍ଲାପରିଷଦ ସଦସ୍ୟ ଜିତେନ୍ଦ୍ର ସାମଲ, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ଭୁବନ ସେଠୀ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ୱାଇଁ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ବଡରମ୍ପାସ ସରପଞ୍ଚ ରବିନ୍ଦ୍ର କୁମାର ଜେନା, କଳ୍ପତରୁ ସେଠୀ, ବିରେନ୍ଦ୍ର ବିଶ୍ୱାଳ, ରବିନ୍ଦ୍ର ସାହୁ, ବ୍ରଜ କିଶୋର ଜେନା, ମାର୍କଣ୍ଡ ଚରଣ ଓଝା, ନାରାୟଣ ଜେନା, ବୁଦ୍ଧଦେବ ଜେନା, ଯୋଗେନ୍ଦ୍ର ବେହେରା, ପୁର୍ବତନ ସରପଞ୍ଚ ତଥା ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ବିମଳ କିଶୋର ଜେନା, ଭୀମସେନ ପେରେଇ, ବିଇଓ ସୁରେଶ ଜେନା, ଶିକ୍ଷକ ନେତା ମୁୃତୁ୍ୟଞ୍ଜୟ ପଲେଇ, ଜଗନ୍ନାଥ ନାୟକ, ଶରତ ସେଠୀ, ଭଗବାନ ନାୟକ, ଗୋପାଳ ନାୟକ, ନଟବର ସା, ରମେଶ ଦାସ, ଦିପ୍ତୀ ରଞ୍ଜନ ଦାସ, ସମ୍ବାଦିକ କିଶୋର ଆଚାର୍ଯ୍ୟ, ଗୋପାଳ କୃଷ୍ଣ ରାଉତ, ଦେବବ୍ରତ ବେହେରା, ପାର୍ଥ ସୌରଭ ସା, ଶାସଙ୍ଗ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ଶଶିକାନ୍ତ ବିଶ୍ୱାଳ ମୁଖାଗ୍ନି ଦେଇଥିବାବେଳେ ପୁଅ ବୀରଭଦ୍ର ବିଶ୍ୱାଳ, ପୁତୁରା ନାରାୟଣ ବିଶ୍ୱାଳ, ଘନଶ୍ୟାମ ବିଶ୍ୱାଳଙ୍କ ସମେତ ସମସ୍ତ ଗ୍ରାମବାସୀ ସଂସ୍କାର କାର୍ଯ୍ୟାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ