ଜିଲ୍ଲାପାଳଙ୍କ କୁଲିଆତୁଲ ବନାତ ରବେୟା ବସରିଆ ମଦ୍ରାସା ପରିଦର୍ଶନ
କେନ୍ଦ୍ରାପଡା : ପଳସିଂହା ପଂଚାୟତର ଥିବା ରାଜ୍ୟର ଏକମାତ୍ର କୁଲିଆତୁଲ ବନାତ ରବେୟା ବସରିଆ ବାଳିକା ମଦ୍ରାସାକୁ ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ବର୍ମା ସେଠାରେ ପହଁଚିବା ପରେ ତାଙ୍କୁ ମଦ୍ରାସା ପରିଚାଳନା କମିଟି ଓ ଛାତ୍ରୀମାନଙ୍କ ପକ୍ଷରୁ ପୁଷ୍ପଗୁଛ ଦିଆଯାଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମଦ୍ରାସାର ଛାତ୍ରୀମାନଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ପାଠପଢା ନିମନ୍ତେ ଆବଶ୍ୟକ ଶ୍ରେଣୀଗୃହ, ଚିକିତ୍ସା ସୁବିଧା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସେଠାରେ ମୈାଲବୀ ଫକିରୁଦ୍ଦିନ , ମସଜିଦ ମୈାଲବୀ ଖୁରସିଦ, ମୈାଲବୀ ଏବାଦୁର ରହମାନ, ମୈାଲବୀ ଗୋଲାପ ମହମ୍ମଦ, ମୁଫତି ମୁସାରଫ, ଅଧ୍ୟକ୍ଷ ସବନମ ବାରୀ, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ସେଖ କଲିମ, ସାବିର ହୋସେନ, ସେଖ ମୋସିମ ପ୍ରମୁଖ ଉପସ୍ଥିତ ଥିଲେ ।


