ବ୍ଲକର ମୁଖ୍ୟ ରାସ୍ତା ମଝିରେ ରହିଛି ବିୁଦ୍ୟତ ଖୁଂଟ

ନାଉଗାଁ,: ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ଅନ୍ତର୍ଗତ ବାଲିଭଉଁରୀ-ଶିଖରଘାଟ ମୁଖ୍ୟରାସ୍ତାର ଘୋଡାଂଶ ଠାରେ ବିଦ୍ୟୁତ ଖୁଂଟ ରାସ୍ତା ମଝିରେ ରହିଛି । ଉକ୍ତ ସ୍ଥାନଟି ନାଉଗାଁ ସେସୁ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନ ରହିଛି । ଉକ୍ତ ରାସ୍ତା ନୂତନ ଭାବେ କାମ ହେଉଥିବା ସମୟରେ ପୂର୍ତ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ରହି ନଥିବାରୁ ୩ରୁ ଉର୍ଦ୍ଧ ବିଦ୍ୟୁତ ଖୁଂଟ ସ୍ଥାନାନ୍ତର ନହେବାରୁ ରାସ୍ତା ମଝିରେ ରହିଛି । କିନ୍ତୁ ଦୀର୍ଘ ୪ ବର୍ଷ ହେବ ରାସ୍ତା କାମ ସରିଥିଲେ ମଧ୍ୟ ଉକ୍ତ ବିଦ୍ୟୁତ ଖୁଂଟ ଗୁଡିକ ଯେମିତି ଥିଲା ସେମିତି ରହିଛି । ଉକ୍ତ ଖୁଂଟକୁ ରାସ୍ତା ପାଶ୍ୱର୍କୁ ସ୍ଥାନାନ୍ତର କରାଯାଉ ନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ପୂର୍ତ ବିଭାଗ ଅଧିନ ବାଲିଭଉଁରୀ-ଶିଖରଘାଟ ରାସ୍ତା ଜିଲ୍ଲା ସଦରମହକୁମାରୁ ମୁଖ୍ୟ ରାସ୍ତା ଭାବେ ଏହି ବ୍ଳକକୁ ସଂଯୋଗ କରୁଅଛି । ଏହି ରାସ୍ତାରେ ପ୍ରତ୍ୟେହ ଶହ ଶହ ମାଲବାହୀ, ଯାତ୍ରୀବାହୀ ଗାଡି ଯାତାୟତ କରିଥାନ୍ତି । ଏହି ରାସ୍ତାରେ ଯାତାୟତକୁ ଦୃଷ୍ଟି ରଖି ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯାହାଫଳରେ ରାସ୍ତାର ଦୈର୍ଘ୍ୟ,ପ୍ରସ୍ଥ ଓ ଉଚ୍ଚତା ଆଦିକୁ ବୃଦ୍ଧି କରାଯାଇଛି । କିନ୍ତୁ ଏହି ମୁଖ୍ୟ ରାସ୍ତା ଉପରେ ପୂର୍ବରୁ ରହିଥିବା ବିଦ୍ୟୁତ ଖୁଂଟ ବର୍ତମାନ ମଧ୍ୟ ରହିଅଛି । ଯାହାଫଳରେ ଯାତାୟତରେ ବାଧକ ଉପୁଜୁଛି । ଏପରିକି ଅଧିକାଂଶ ଅଜଣା ବ୍ୟକ୍ତି ରାତି ସମୟରେ ଏହି ରାସ୍ତାରେ ଯାଉଥିବା ବେଳେ ଅସାବଧାନତା ବଶତଃ ଉକ୍ତ ବିଦ୍ୟୁତ ଖୁଂଟରେ ବାଡେଇ ହୋଇ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ନିୟମାନୁସାରେ ରାସ୍ତା କାର୍ଯ୍ୟ କରିବା ସମୟରେ ପୂର୍ତ ବିଭାଗ ଓ ବିଦ୍ୟୁତ ବିଭାଗ ସମନ୍ୱୟରେ ଉକ୍ତ ଖୁଂଟ ଗୁଡିକୁ ସ୍ଥାନାନ୍ତରିତ କରାଯିବା କଥା । କିନ୍ତୁ ସେହି ସମୟରେ ଉକ୍ତ ଖୁଂଟକୁ ସ୍ଥାନାନ୍ତର କରା ନଯାଇ ରାସ୍ତା କାର୍ଯ୍ୟ କରାଯାଇଥିଲା । ସେହି ସମୟରେ ବିଦ୍ୟୁତ ଖୁଂଟକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ମଧ୍ୟ ଉଭୟ ବିଭାଗ କର୍ଣ୍ଣପାତ କରି ନଥିଲା । କେବଳ ରାସ୍ତା ମଝିରେ ବିଦ୍ୟୁତ ଖୁଂଟ ରହିଛି ତା ନୁହେଁ, ରାସ୍ତା ଉଚ୍ଚ ହେବା ଯୋଗୁଁ ବିଦ୍ୟୁତ ତାର ମଧ୍ୟ ୨୦ ଫୁଟ ଠାରୁ କମ ଉଚ୍ଚରେ ରହିଛି । ଏହି ରାସ୍ତାଟି ବ୍ଳକର ମୁଖ୍ୟ ରାସ୍ତା ହୋଇଥିବା ବେଳେ ପୁରୀ,କାକଟପୁର, କଟକ, ପାରାଦ୍ୱୀପ, କେନ୍ଦ୍ରପଡା ଆଦି ସ୍ଥାନକୁ ଯାତାୟତରେ ସୁବିଧା ରହିଛି । କେତେ ବେଳେ ଯେ ଉକ୍ତ ଖୁଂଟରେ ଗାଡି ବାଡେଇ ହୋଇ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ । ତେଣୁ ଯଥା ଶୀଘ୍ର ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଂଟକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ସମାଜସେବୀ ରାଜେଶ ପ୍ରଧାନଙ୍କ ସମେତ ଅଂଚଳବାସୀ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ବିଷୟକୁ ନେଇ ସେସୁ ଏସଡିଓ ଦେବଦତ ଉପାଧ୍ୟାୟଙ୍କୁ ପଚାରିବାରୁ ଯେଉଁ ରାସ୍ତା ଉପରେ ବିଦ୍ୟୁତ ଖୁଂଟ ରହିଛି ବିଭାଗ ପକ୍ଷରୁ ତାହାକୁ ସ୍ଥାନାନ୍ତର କରାଯାଉଛି । ଉକ୍ତ ବ୍ଳକରେ ସ୍ଥାନାନ୍ତର ପ୍ରକ୍ରିୟା ଚାଲୁ ରହିଛି । ଖୁବ ଶୀଘ୍ର ଉକ୍ତ ଖୁଂଟ ଗୁଡିକକୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ ।
ି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ