ଜିଲ୍ଲାସ୍ତରୀୟ ଜିଏସଟି ସମ୍ମିଳନୀ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ସମ୍ମିଳନୀର କକ୍ଷରେ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଭାଗ୍ୟଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ନିମନ୍ତେ ଦ୍ରବ୍ୟ , ସେବା ଟିକସ ଉପରେ ତାଲିମ ତଥା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଜିଲ୍ଲାର ଯେଉଁ ଅଧିକାରୀମାନେ ଜି.ଏସ.ଟି ରେଜଷ୍ଟ୍ରେସନ କରାଇ ନାହାନ୍ତି ସେମାନେ ତୁରନ୍ତ ରେଷ୍ଟ୍ରେସନ ବାଧ୍ୟତାମୁଳକ ବୋଲି ପ୍ରକାଶ କରିଥିଲେ । ରେଜିଷ୍ଟ୍ରସନ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ପାସପୋର୍ଟ ସାଇଜ ଫଟୋ , ଫୋନ ନମ୍ବର , ଟ୍ୟାନ ନମ୍ବର , ପ୍ୟାନ ନମ୍ବର ଏବଂ ଇମେଲ ଆଇ ଡି ଦେଇ ଦୁଇ ଦିନ ମଧ୍ୟରେ ରେଜିଷ୍ଟ୍ରସନ କରାଇ ନେବାକୁ ପରାମର୍ଶ ଦେଇଥିଲେ । ୨.୫ ଲକ୍ଷ ବା ତଦୁର୍ଦ୍ଧ ମୁଲ୍ୟର ଜିନିଷ କ୍ରୟ କଲେ ତା ପରେ ଶତକଡା ୨ଭାଗ ଟି.ଡି.ଏସ ଅର୍ଥାତ ଶତକଡା ୧ ଭାଗ ରାଜ୍ୟ ଦ୍ରବ୍ୟ ସେବା କର ଓ ଶତକଡା ୧ ଭାଗ କେନ୍ଦ୍ରୀୟ ଦ୍ରବ୍ୟ ସେବା କର ବାବଦରେ କାଟି ସରକାରଙ୍କ ନିକଟରେ ଦାଖଲ କରିବେ । ଜୁଲାଇ ୧ ତାରିଖ ୨୦୧୭ରୁ ଏହି ଦ୍ରବ୍ୟ, ସେବା , କର ଲାଗୁ କରାଯାଇଥିଲେ ମଧ୍ୟ ଅକ୍ଟୋବର ୧ ତାରିଖ ୨୦୧୭ରୁ ଏହି ଦ୍ରବ୍ୟ ସେବା କର କାଟିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି ବୋଲି ପ୍ରକାଶ କରିଥିଲେ । ଜିଏସଟି ରେଜିଷ୍ଟ୍ରସନ ପାଇଁ ଜିଏସଟିଓ , ଟିଡିଏସ କାଟି ସରକାରଙ୍କ ପାଖରେ କିପରି ଜମା କରାଯାଇପାରିବ ତା ଉପରେ କର୍ମଚାରୀମାନଙ୍କୁ କମର୍ସିଆଲ ଟ୍ୟାକ୍ସ ତଥା ଜି.ଏସ.ଟି ଅଧିକାରୀ ସଞ୍ଜୟ କୁମାର ଦାସ , ଜି.ଏସ.ଟି ଅଧିକାରୀ ଶୁସାନ୍ତ କୁମାର ଭଟ୍ଟ ଏବଂ ଜି.ଏସଟି ଅଧିକାରୀ ସଞ୍ଜୟ କୁମାର ଦାସ , ଜି.ଏସ.ଟି ଅଧିକାରୀ ଶୁସାନ୍ତ କୁମାର ଭଟ୍ଟ , ଓ ଶାସ୍ୱତ ରଞ୍ଜାନ ରାୟ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଂ ଅଶୋକ କୁମାର ସେନାପତି , ଦିଲ୍ଲୀପ ମିଶ୍ର , ମାଷ୍ଟର ଟ୍ରେନର ଜିତେନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ