ଜିଲ୍ଲା ପଛୁଆବର୍ଗ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୈାର ନିର୍ବାଚନ ଉପରେ ସର୍ବୋତ୍ତମ ନ୍ୟାୟାଳୟ ଦେଇଥିବା ରାୟକୁ କେନ୍ଦାପଡା ଜିଲ୍ଲା ପଛୁଆବର୍ଗ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ସର୍ବୋତ୍ତମ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ସେଥିରେ ପଛୁଆବର୍ଗ(ଓବିସି)ର ପ୍ରାର୍ଥୀମାନେ ସମସ୍ୟାରେ ପଡିବେ । କାରଣ ଏହି ରାୟରେ ପଛୁଆବର୍ଗ ପ୍ରାର୍ଥୀଙ୍କ ପାଇଁ କୈାଣସି ସୁବିଧା ପ୍ରଦାନ କରାଯାଇନାହିଁ । ଯେତେବେଳେ କି ସମଗ୍ର ଦେଶରେ ୫୪ପ୍ରତିଶତ ପଛୁଆବର୍ଗ ଲୋକ ରହିଥିବା ବେଳେ ଓଡିଶାରେ ୬୦ପ୍ରତିଶତ ଅଛନ୍ତି । ତେଣୁ ପଛୁଆବର୍ଗର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସର୍ବୋତ୍ତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ପଛୁଆବର୍ଗ ପ୍ରାର୍ଥୀମାନଙ୍କ ପାଇଁ ତ୍ରିସ୍ତରୀୟ ନିର୍ବାଚନରେ ସଠିକ ସଂରକ୍ଷଣ ବ୍ୟବସ୍ଥା କରିବେ । ରାଜ୍ୟ ପଛୁଆବର୍ଗ କଂଗ୍ରେସର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆଙ୍କ ନେତୃତ୍ୱରେ ଜିଲ୍ଲା ପଛୁଆବର୍ଗ କଂଗ୍ରେସ ସଭାପତି ବିଧୁଭୂଷଣ ମହାପାତ୍ର, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ସନ୍ତୋଷ କୁମାର ବେହେରା, ଉମେଶ ପାଢୀ ପ୍ରମୁଖ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ