ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ ହେବାକୁ ଥିବା ବଗଡା ପଞ୍ଚାୟତର ପ୍ରକଳ୍ପ ଜିଲ୍ଲା ପରିଷଦ ସଭ୍ୟା ଶିଳାନ୍ୟାସ କଲେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ତୁଣୁପୁର ହାଇସ୍କୁଲ ଗୃହ, କଚେରିପଡା ଗ୍ରାମର ଆଦର୍ଶ ପୁଷ୍କରିଣୀ, ବଗଡା ଗ୍ରାମର ମାର୍କେଟ କମ୍ପେ୍ଲକ୍ସ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ ଓ ବଗଡା ଗ୍ରାମରେ ନୂତନ ଭଲିବଲ କୋର୍ଟ ଏବଂ ମିଶନଶକ୍ତି ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଶୁକ୍ରବାର ଅପରାହ୍ନ ସାଢେ ୪ଟାରେ ସେହି ପଞ୍ଚାୟତକୁ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରିକୃତ ହୋଇଥିଲା । ଏଥିନିମନ୍ତେ ବଗଡା ପଞ୍ଚାୟତ ସରପଞ୍ଚ ନିରୂପମା ପ୍ରଧାନ ଓ ପଞ୍ଚାୟତ ବିଜେଡି ସଭାପତି ଦେବ ପ୍ରସାଦ ପାଣୀ ୩ଶହ ଦଳୀୟ କର୍ମୀଙ୍କ ସହିତ ତୁଣୁପୁର ସ୍କୁଲ ନିକଟରେ ବିଧାୟକଙ୍କୁ ଏକ ଶୋଭାଯାତ୍ରାରେ ଉଦଘାଟନୀ ସ୍ଥଳକୁ ନେବାକୁ ଅପେକ୍ଷା କରିଥିଲେ । କିନ୍ତୁ ୮ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ôନାରାଣୀ ଜେନା ବିଧାୟକ ଶ୍ରୀ ବେହେରା ସେଠାରେ ପହଞ୍ଚିବାର ଅବ୍ୟବହତି ପୂର୍ବରୁ ବଗଡା ଗ୍ରାମର ନୂତନ ଭଲିବଲ କୋର୍ଟ ଏବଂ ମିଶନଶକ୍ତି ଗୃହର ଶିଳାନ୍ୟାସ କରିଦେଇଥିଲେ । ଫଳରେ ଏନେଇ ଦଳୀୟ ନେତୃବୃନ୍ଦ ଏବଂ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏସମ୍ପର୍କରେ ବିଧାୟକ ଶ୍ରୀ ବେହେରା ଜାଣିବା ପରେ ସେହି ପଞ୍ଚାୟତକୁ ଆଉ ନଯିବା ପାଇଁ ସରପଞ୍ଚ ଏବଂ ସଭାପତିଙ୍କୁ ଖବର ଦେଇଥିଲେ । ଏହି ଘଟଣାକୁ ନେଇ ପଞ୍ଚାୟତରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏଭଳି ବିଶୃଙ୍ଖଳା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦଳର ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ପଞ୍ଚାୟତରେ ବିଜେଡି ଦଳର ଭୋଟ ଅଧିକ ରହୁଥିବା ସମୟରେ ଗତ ସାଧାରଣ ନିର୍ବାଚନରେ ଦଳୀୟ ବିଶୃଙ୍ଖଳା ଯୋଗୁଁ ବିଜୁଜନତା ଦଳର ୨୬୩ଖଣ୍ଡ ଭୋଟ ଦଳୀୟ ପ୍ରାର୍ଥୀଙ୍କୁ ମିଳିନଥିଲା ବୋଲି ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ