ନାଗରିକତା ସଂଶୋଧନ ଆଇନକୁ ନେଇ ମତ ରଖିଲେ ପ୍ରଧାନମନ୍ତ୍ରୀ

ବାରାଣାସୀ :- ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ କହିଛନ୍ତି ଯେ କଶ୍ମୀରରୁ ଧାରା ୩୭୦ ଉଠିବା, ନାଗରିକତା (ସଂଶୋଧନ) ଆଇନ ଆଦି ପଦକ୍ଷେପ ଦେଶର ମଙ୍ଗଳ ପାଇଁ ଗ୍ରହଣ କରାଯାଇଛି । ପ୍ରବଳ ଚାପ ସତ୍ତ୍ୱେ ଆମେ ସରକାରଙ୍କ ଏହି ନିଷ୍ପତ୍ତିରେ ଅଟଳ ରହିଛୁ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ନିଜ ନିର୍ବାଚନ କ୍ଷେତ୍ର ବାରାଣାସୀରେ ୧୨୦୦ କୋଟି ଟଙ୍କାର ପ୍ରାୟ ୩୦ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହା ମଧ୍ୟରେ ରହିଛି ଭାରତୀୟ ଜନସଂଘର ପୂର୍ବତନ ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ଉନ୍ମୋଚନ । ଏହା ହେଉଛି ସାରା ଦେଶରେ ପଣ୍ଡିତ ଉପାଧ୍ୟାୟଙ୍କର ସର୍ବୋଚ୍ଚ ପ୍ରତିମୂର୍ତ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ