ଜୀବିକା ମିଶନ ଦ୍ୱାରା ୪୫ଚାଷୀ ଙ୍କୁ ପାଣି ପମ୍ପ ବଣ୍ଟନ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ରାଜ୍ୟ ସରକାର ଙ୍କ ନିଦ୍ଧେଶ କ୍ରମେ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି I ଚାଷ ସାମଗ୍ରୀ ଠାରୁ ନେଇ ମାଛ ଚାଷ, ପାରିବା ଚାଷ, ମକା, ଧାନ, କୁକୁଡ଼ା ଚାଷ, ଭଳି ଧାନ କଳ, ଭଳି ବିଭନ୍ନ ସାମଗ୍ରୀ ଯାହା ଦ୍ୱାରା ଆଦିବାସୀ ନିଜ ଜୀବିକା ନିଜେ ଗଢିପାରିବେ I ଗଜପତି ଜିଲ୍ଲା ରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଧେଶକ୍ରମେ ଆଇଟି ଡ଼ିଏ ଆନୁକୂଲ୍ୟ ରେ ଜୀବିକା ମିଶନ ଆନୁକୁଲ୍ୟରେ ମୋହନା ବ୍ଲକ ର୩୯ଟି ପଞ୍ଚାୟତ ର ପ୍ରାୟ ୪୫ ଜଣ ଚାଷୀ ଙ୍କୁ ବୁଧୁବାର ଦିନ ନାରାୟଣପୁରୁ ଗ୍ରାମ ରେ ଚାଷ ଜମି କୁ ପାଣି ଯୋଗାଇବା ପାଇଁ ମାଗଣାରେ ପାଣି ପମ୍ପ ଯୋଗାଇ ଦିଆଯାଇଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟ ରଞ୍ଜୀବ ଶବର, ଆଇଟିଡିଏ ର ସ୍ୱତନ୍ତ୍ର ଅଧିକାରୀ ଜୋତି କୃଷ୍ଣ ବେହେରା, ପ୍ରଜେକ୍ଟ ମେନେଜର ଗୌତମ ସ୍ୱାଇଁ, ସଞ୍ଜୟ ଛଟେଇ, ଚୁଡଙ୍ଗପୁରୁ ସରପଞ୍ଚ ସେବତୀ ଗମାଙ୍ଗ ଅତିତି ଭାବେ ଯୋଗ ଦେଇ ଉପସ୍ଥିତ ଚାଷୀ ଙ୍କୁ ପମ୍ପ ବଣ୍ଟନ କରିଥିଲେ I


