ରାଜଧାନୀ ବୃକ୍ଷପାଳନ କର୍ମଚାରୀ ସଂଘର : ୧୭ ତମ ଦ୍ୱିବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜଧାନୀ ବୃକ୍ଷପାଳନ କର୍ମଚାରୀ ସଂଘର ୧୭ତମ ଦ୍ୱିବାର୍ଷିକ ସମ୍ମିଳନୀ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ପୂର୍ବତନ ସଭାପତି ଏବଂ ବର୍ତ୍ତମାନର ମୁଖ୍ୟ ଉପଦେଷ୍ଟା କେ. ନରସିଂହ ରେଡ଼ିଙ୍କ ସଭାପତିତ୍ୱରେ କର୍ମଚାରୀମାନଙ୍କ ପଦବୀ ପୁର୍ନଗଠନ ସମେତ ୬ଜଣ କନିଷ୍ଠ ମାଳିରେ ଜଣେ ବରିଷ୍ଠ ମାଳି, ୧୨ଜଣ କନିଷ୍ଠ ମାଳି ଓ ୬ ଜଣ ବରିଷ୍ଠ ମାଳିକୁ ନେଇ ୧୮ଜଣରେ ଜଣେ ମୁଖ୍ୟ ମାଳି ପଦବୀ ସୃଷ୍ଟି କରିବା, ୫୨ଜଣ କର୍ମଚାରୀଙ୍କୁ ନିୟମିତ ମାଳିର ମାନ୍ୟତା ପ୍ରଦାନ କରିବା, ୨୦୦୫ ପରଠାରୁ ପେନସନ ବ୍ୟବସ୍ଥାର ପୁନଃ ପ୍ରଚଳନ ସହ ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି କରିବା, ଅକର୍ମଣ୍ୟ ଓ ମୃତ କର୍ମଚାରୀଙ୍କ ପରିବାରରୁ ଉତ୍ତରାଧିକାରୀ ଭାବେ ଜଣକୁ ଅନୁକମ୍ପା ନିଯୁକ୍ତ ପ୍ରଦାନ କରିବା, ରାଜଧାନୀର ସୌନ୍ଦର୍ଯ୍ୟକରଣ ନିମନ୍ତେ ବଜେଟରେ ଅଧିକ ଅର୍ଥରାଶିର ବ୍ୟବସ୍ଥା କରିବା, ସମସ୍ତ ଠିକା ଓ ନିୟମିତ କର୍ମଚାରୀଙ୍କୁ ବୀମା ସୁବିଧା ଯୋଗାଇ ଦେବା, ସଂଘର କାର୍ଯ୍ୟାଳୟ ପାଇଁ ବାସଗୃହ ଯୋଗାଇ ଦେବା, ସଂଘର ସମସ୍ୟାର ସମାଧାନ କରିବା, ବର୍ଷକରେ ଥରେ ସାଧାରଣ ପ୍ରଶାସନ ବିଭାଗର ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବସି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନେବା, ୨୦୧୬ରୁ ପଡ଼ି ରହିଥିବା ପରିବର୍ତ୍ତିତ ଘରଭଡ଼ା ହାର ନିର୍ଦ୍ଧାରଣ କିରବା ଓ ବକେୟା ପ୍ରାପ୍ୟ ପ୍ରଦାନ କରିବା ଏବଂ ୨୦୦୫ ପୂର୍ବ ନିୟମରେ ପରିଚାଳିତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ତୁରନ୍ତ ପେନ୍‌ସନ ଓ ଗ୍ରାଚ୍ୟୁଇଟି ପ୍ରଦାନ କରିବା ଆଦି ୧୦ ଦଫା ସମ୍ବଳିତ ଦାବିପତ୍ର ସମ୍ପର୍କରେ ଏହି ଖୋଲା ଅଧିବେଶନରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାହାଲ ନିର୍ଦ୍ଦେଶକ ତଥା ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଅର୍ଥ ପରାମର୍ଶଦାତା ଶ୍ରୀମତୀ ସାଗରିକା ହୋତା ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ସଂଗ୍ରାମ କୁମାର ରାୟ ସର୍ଦ୍ଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୟୁନିଟ୍‌-୨ କ୍ୟାପିଟାଲ ନର୍ସରିର ବୃକ୍ଷପାଳନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣବ କୁମାର ଜେନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ପ୍ରାକ୍ତନ ସାଧାରଣ ସମ୍ପାଦକ ବ୍ରଜକିଶୋର ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କର୍ମଚାରୀମାନଙ୍କର ଆପ୍ରାଣ ଉଦ୍ୟମ ଏବଂ କର୍ତ୍ତବ୍ୟନୀଷ୍ଠ ଯୋଗୁ ରାଜଧାନୀ ଆଜି ଅନେକ ପ୍ରକାର ବୃକ୍ଷ ଓ ପୁଷ୍ପରାଜିର ପୃଷ୍ଠାମଣ୍ଡନ କରିଛି । ରାଜଧାନୀର ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ସୌନ୍ଦର୍ଯ୍ୟ ଯେତିକି ଶୋଭା ପାଏ ତାର ଆଗରେ ଥିବା ବିଭିନ୍ନ ପ୍ରଜାତିର ପୁଷ୍ପ ବଗିଚା ଅତ୍ୟଧିକ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସରକାର କର୍ମଚାରୀ ମାନଙ୍କ ଦାବିକୁ ବିଚାର କରୁଛନ୍ତି ଏବଂ ପର୍ଯ୍ୟାୟକ୍ରମେ ଦାବି ପୂରଣ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି । ଏହାପରେ ସଂଘର ୧୭ତମ ଦ୍ୱିବାର୍ଷିକ ସମ୍ମିଳନୀର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ବାଉରୀବନ୍ଧୁ ମହାରଣା, କାର୍ଯ୍ୟକାରୀ ସଭାପତି ୟୁ. ରାମୁଲୁ, ଉପସଭାପତି ଅଶୋକ କୁମାର ରଣଜିତ, ସାଧାରଣ ସମ୍ପାଦକ ହାଡ଼ିବନ୍ଧୁ ଦାସ, ସହ ସମ୍ପାଦକ କେ. ଲକ୍ଷ୍ମୀ ଓ କୋଷାଧ୍ୟକ୍ଷ ଭାବେ ଡ଼ଲି କ୍ରିଷ୍ଣମୂର୍ତ୍ତି ନିର୍ବାଚିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ