ସରକାରୀ ଜମିକୁ ଅବରୋଧମୁକ୍ତ କରିବା ପାଇଁ ଦାବୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ତହସିଲ ଅଧିନ ଗୋପିନାଥପୁର ରାଜସ୍ୱ ଗ୍ରାମରେ ଥିବା ସରକାରୀ ଜମିକୁ ଅବରୋଧମୁକ୍ତ କରିବା ପାଇଁ ଗ୍ରାମବାସୀ ମାନେ ପ୍ରଶାସନ ଠାରେ ଦାବୀ କରିଛନ୍ତି । ପ୍ରକାଶ ଯେ, ଗୋପିନାଥପୁର ରାଜସ୍ୱ ଗ୍ରାମର ଖାତା ନଂ-୪୧୩, ୪୧୫, ୪୧୬ରେ ଥିବା ଅଧିକାଂଶ ସରକାରୀ ଜମିକୁ କିଛି ବ୍ୟକ୍ତି ଦୀର୍ଘ ବର୍ଷ ହେବ ଅବରୋଧ କରି ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଆସୁଛନ୍ତି । ଏସମସ୍ତ ସରକାରୀ ଜମିର କିସମ ଗୋଚର, ବସ୍ତିଯୋଗ୍ୟ, ପତିତ, ଗ୍ରାମ୍ୟ ଜଙ୍ଗଲ, ଶ୍ମସାନ, ମହିଳା ସମିତି, ଯୁବକ ସଂଘ ପାଇଁ ସରକ୍ଷିତ ରହିଛି । ଏସମସ୍ତ ଜମି ଅବରୋଧ ହୋଇ ରହିବା ଫଳରେ ଲୋକ ମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସମସ୍ତସରକାରୀ ଜମିକୁ ଅବରୋଧମୁକ୍ତ କରିବା ପାଇଁ ଉମାକାନ୍ତ ମହାପାତ୍ର, ନୃସିଂହ ସାହୁ, ଭରତ ଦାଶ, ବରୁଣ ପେରେଇ, ଜଳଧର ଜେନା, ନୃସିଂହ ମହାପାତ୍ର, ଗୋପିନାଥ ମହାପାତ୍ର, ନାରାୟଣ ନାୟକ, ଭରତ ନାୟକ, ଗୋପବନ୍ଧୁ ସାହୁ, ସନାତନ ଜେନା, ଗୋପବନ୍ଧୁ ଜେନା, କଳ୍ପନା ଜେନା, ପାର୍ବତୀ ଜେନା, କମଳା ଦାଶ, ଭାଗିରଥି ପଣ୍ଡା, ପିତାମ୍ବର ପଣ୍ଡା, ମିନତୀ ମହାପାତ୍ର, ମମତା ମହାପାତ୍ର, କୁଞ୍ଜଲତା ଜେନା, ତୁଳସୀ ମହାନ୍ତି, ସୀତା ରାଉଳ, ସରୋଜିନୀ ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ଜିଲାପାଳ ଓ ତହସିଲଦାରଙ୍କୁ ଲିଖିତ ଜଣାଇଛନ୍ତି ।


