ଜୁଆ ଆଡା ଉପରେ ଚଢ଼ାଉ ; ୧୪ ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ହଳନ୍ଧଖୋଳା , ବାଲିସାହି ଓ ଅଟ୍ରାପାଲ୍ଲି ଆଦି ତିନୋଟି ଗ୍ରାମରେ ଜୁଆ ଖେଳ ଚାଲିଥିବା ନେଇ ତାରସିଂ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଅତର୍କିତ ଭାବେ ତିନୋଟି ଜାଗାରେ ଚଢ଼ାଉ କରାଯାଇ ୧୪ ଜଣ ସ୍ଥାନୀୟ ଜୁଆଡିଙ୍କୁ ଗିରଫ କରାଯାଇଛି । ଏଥି ସହିତ ସେମାନଙ୍କ ଠାରୁ ନଗଦ ୪୫୨୦୦ ଟଙ୍କା ଜବତ କରାଯାଇଛି। ଏ ନେଇ ତାରସିଂ ଥାନାରେ ତିନୋଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି |


