ଝାଲିଆ ଗୋଛା ବିଦ୍ୟୁତ ସବଷ୍ଟେସନ ଉଦଘାଟନ କଲେ ମନ୍ତ୍ରୀ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଝାଲିଆ ଗୋଛା ଠାରେ ବହୁ ପ୍ରତିକ୍ଷିତ ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ କୁ ରାଜ୍ୟ ସରକାରଙ୍କ ମାନ୍ୟବର ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ ୩୩/୧୧ କେଭି ସବଷ୍ଟେସନ ବୁଲି ଦେଖିବା ସହ ଷ୍ଟାର୍ଟ ସ୍ୱିଚ ମାରି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ଆଗାମୀ ଦିନରେ ବ୍ରାହ୍ମଣ ପଦର, ହରିଗଡ଼,ଦୋମୁହାଣୀ ଓ ଗାଲେରି ପଞ୍ଚାୟତ ବାସୀଙ୍କୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସରବରାହ ହୋଇପାରିବ ଏବଂ ଲୋ ଭୋଲଟେଜ ର ସମସ୍ୟା ମଧ୍ୟ ସମାଧାନ ହୋଇପାରିବ । ନୂତନ ଭାବେ ଉଦଘାଟନ ହୋଇଥିବା ସବ ଷ୍ଟେସନ ପରିସରରେ ଏକ ବୃକ୍ଷ ରୋପଣ କାଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ଆରୁଖ ସବ ଷ୍ଟେସନ ପରିସରରେ ବନ ବିଭାଗର କର୍ମଚାରୀ ସୁଦର୍ଶନ ବାଦୀ ଙ୍କ ସହଯୋଗରେ ଅନ୍ୟାନ୍ୟ ଅତିଥି ମାନଙ୍କ ଉପସ୍ଥିତରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ । ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ କୋରନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥି ସହିତ ତୁରୁମ କଲ୍ୟାଣି ମଣ୍ଡପ ଓ କୁଲାଡ଼ କଲ୍ୟାଣି ଠାରେ ଆୟୋଜିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେଇ ୧୦ ଗୋଟି ପଞ୍ଚାୟତର ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ବ୍ଲକ ଅଧ୍ୟକ୍ଷ। ବିନ ଦଳ ବେହେରା, ବ୍ଲକ ଉପାଧକ୍ଷ ଜିତେନ୍ଦ୍ର କେଶରୀ ଆରୁଖ , ବିଡ଼ିଓ ଅନିଲ କୁମାର ସେଠୀ,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା,ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଜଗଦିଶ ଦାସ ମହାପାତ୍ର, ସିଡିପିଓ ବିଷ୍ଣୁପ୍ରିୟା ସେଠି , ବରିଷ୍ଠ ଓକିଲ ଦିବାକର ନାୟକ, ବରିଷ୍ଠ କର୍ମୀ ପଞ୍ଚାନନ ପାଳ ପ୍ରମୁଖ ଉପସ୍ଥିତ ଥିଲେ । ତୁରୁମ ସରପଞ୍ଚ ଓ କୁଲାଡ଼ ସରପଞ୍ଚ ପଦଯାତ୍ରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ବେଛାସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ନିର୍ବାହୀ ଯନ୍ତ୍ରୀ ଜଗଦୀଶ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |


