ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ ୩ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିି ମାନେ ହେଲେ ଦିଗପହଣ୍ଡି ସହରର ଏମ.ଉଜ୍ଜଳ,ଡମ୍ବରୁ ଧର ସ୍ୱାଇଁ ଏବଂ ବିକାଶ ଚନ୍ଦ୍ର ନାୟକ।ପୋଲିସ ସେମାନଙ୍କ ନିକଟରୁ ନଗଦ ୧୯ ହଜାର ୧୦୦ ଟଙ୍କା ଜବତ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଥାନା ପଛପଟେ ଥିବା ଶ୍ରୀ ଚନ୍ଦ୍ର ଚୁଡେଶ୍ବର ଶୈବପୀଠ ପରିସରରେ ଜୁଆ ଖେଳ ଚାଲିଥିବା ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବହୁ ସଂଖ୍ୟକ ଜୁଆଡି ଅନ୍ଧାର ରାତି ର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଧରାପଡ଼ିଥିବା ଜୁଆଡ଼ି ମାନଙ୍କ ବିରୋଧରେ ଥାନା କେସ୍ ନଂ ୩୬୨/୨୩ ପ୍ରକାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।


