ଜୁନ୍ ୧ରୁ ଚାଲିବ ୨୦୦ ଟ୍ରେନ୍

ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ଗତ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଘୋଷଣା କରିଥିବା ବେଳେ ପରଦିନ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖଠାରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଥିଲା। ଇତି ମଧ୍ୟରେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା କରିଥିଲେ ମଧ୍ୟ ପୂର୍ବାପେକ୍ଷା ଅନେକ କଟକଣାକୁ କୋହଳ କରିଛନ୍ତି। ଅବଶ୍ୟ ଟ୍ରେନ୍ ଓ ବିମାନ ଚଳାଚଳ ଉପରେ ଏବେ ବି କଟକଣା ଜାରି ରହିଛି। କିନ୍ତୁ ଆସନ୍ତା ଜୁନ୍ ୧ ତାରିଖଠାରୁ ରେଳବାଇ ପକ୍ଷରୁ ପ୍ରତିଦିନ ୨୦୦ଟି ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ମଙ୍ଗଳବାର ରାତିରେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଗୋଏଲ୍ କହିଛନ୍ତି ଯେ ପ୍ରଥମେ କେବଳ ନନ୍-ଏସି ଟ୍ରେନ୍ ଚଳାଚଳ ଆରମ୍ଭ କରିବ ଓ ଏଥିସକାଶେ ଖୁବ୍‌ଶୀଘ୍ର ଅନ୍‌ଲାଇନ୍ ବୁକିଂ ଆରମ୍ଭ ହେବ। ଏହି ଟ୍ରେନ୍‌ରେ ପ୍ରତିଟି ବର୍ଗ ଯାତାୟାତ କରିପାରିବେ। ଆଗାମୀ ଦିନରେ କ୍ରମଶଃ ଏହି ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି ରେଳ ମନ୍ତ୍ରୀ ଗୋୟଲ୍ କହିଛନ୍ତି। ସୂଚନାଯୋଗ୍ୟ ଯେ କୋରୋନା ଭୂତାଣୁ ସଂକ୍ରମଣ ଭାରତରେ ବ୍ୟାପିବା ଆରମ୍ଭ ହେବା ମାତ୍ରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଓ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା। କିନ୍ତୁ ମାଲବାହୀ ଗାଡ଼ି ଓ ବିମାନ ଚଳାଚଳ ଜାରି ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ