ଜେଇଇ (ମେନ୍‌) ଅନଲାଇନ ଆବେଦନ ଫର୍ମରେ ପରୀକ୍ଷାକେନ୍ଦ୍ର ପସନ୍ଦ ପରବର୍ତ୍ତନର ସୁଯୋଗ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଭୂତାଣୁ ସଂକ୍ରମଣ ଯୋଗୁ ଉତ୍ପନ୍ନ ସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ (ମେନ୍‌) ୨୦୨୦ ପରୀକ୍ଷା ପାଇଁ ଆବେଦନକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଲକ୍ଷ୍ୟକରି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ଙ୍କ ନିର୍ଦ୍ଦେଶ କ୍ରମେ ଆବେଦନ ଫର୍ମରେ ପରୀକ୍ଷାକେନ୍ଦ୍ର ଦେବା ସହରର ଚଏସ୍‌ରେ ପରବର୍ତ୍ତନର ସୁଯୋଗକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଆହୁରି ବ୍ୟାପକ କରିଛି । ଏହାଦ୍ୱାରା ଆବେଦନକାରୀ ପରୀକ୍ଷାର୍ଥୀମାନେ ସେମାନଙ୍କର ମନ ପସନ୍ଦର ପରୀକ୍ଷାକେନ୍ଦ୍ର ସହର ନାମରେ ଅଧିକ ପରିବର୍ତ୍ତନ କରିପାରିବେ । ତଦନୁସାରେ, ୦୧.୦୪.୨୦୨୦ ତାରିଖ ଦିନ ଜାରି ନ୍ୟାସନାଲ ଟେଷ୍ଟି ଏଜେନ୍ସି ଦ୍ୱାର ଜାରି କରାଯାଇଥିବା ସାଧାରଣ ବିଜ୍ଞପ୍ତିର ବ୍ୟବସ୍ଥା କ୍ରମରେ ଜେଇଇ (ମେନ୍‌) ୨୦୨୦ଅନଲାଇନ୍‌ ପରୀକ୍ଷାକେନ୍ଦ୍ର ସଂଶୋଧନ ସୁବିଧାକୁ ଆଜି ଏନଟିଏ ଅଧିକ ସଂପ୍ରସାରିତ କରିଛି । ଏହାଦ୍ୱାର ଆବେଦନକାରୀ ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ ଆବେଦନ ପତ୍ରରେ ସେମାନଙ୍କର ମନ ପସନ୍ଦର ପରୀକ୍ଷାକେନ୍ଦ୍ର ସହର ପରିବର୍ତ୍ତନ କରିପାରିବେ । ଏନଟିଓ ପ୍ରାର୍ଥମୀନଙ୍କୁ ନିଜ ପସନ୍ଦର ସହରର ପରୀକ୍ଷାକେନ୍ଦ୍ର ଆବଣ୍ଟନ କରିବାକୁ ପ୍ରୟାସ କରିବ ଯାହାକି ବର୍ତ୍ତମାନ ସେମାନଙ୍କ ଆବେଦନ ପତ୍ରରେ ସୂଚୀତ ରହିଛି । ତେବେ ପ୍ରତ୍ୟେକ ସହରର ପରୀକ୍ଷାକେନ୍ଦ୍ରରେ ଉପଲବ୍ଧ କ୍ଷମତାକୁ ଦେଖି ତାହା ଆବଣ୍ଟନ କରାଯିବ । କିନ୍ତୁ, ପ୍ରଶାସନିକ କାରଣରୁ, ଏକ ପୃଥକ୍‌ ସହର ମଧ୍ୟ ଆବଣ୍ଟନ କରାଯାଇପାରେ ଏବଂ ଏ କ୍ଷେତ୍ରରେ ଏନଟିଓ ଦ୍ୱାରା ଆବଣ୍ଟିତ ସହର ହିଁ ଚୂଡ଼ାନ୍ତ ବୋଲି ଧରାଯିବ । ଜେଇଇ (ମେନ୍‌) ୨୦୨୦ପାଇଁ ଆବେଦନ କରିଥିôବା ସମସ୍ତ ପ୍ରାର୍ଥୀଙ୍କ ଅବଗତି ନିମନ୍ତେ ସୂଚାଇ ଦିଆଯାଉଛି କି ଅନଲାଇନ ଆବେଦନ ଫର୍ମରେ ନିଜ ମନ ପସନ୍ଦର ସହରର ପରୀକ୍ଷା କେନ୍ଦ୍ର ସମେତ ପ୍ରଦତ୍ତ ତଥ୍ୟାବଳୀରେ ସଂଶୋଧନ କାର୍ଯ୍ୟ ଏବେ ୱେବସାଇଟ https://jeemain.nta.nic ଜାରି ରହିଛି ଏବଂ ତାହା ୧୪.୦୪.୨୦୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ପ୍ରାର୍ଥମୀନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଉପରୋକ୍ତ ୱେବସାଇଟ୍‌ ଭିଜିଟ କରି ସେମାନେ ପ୍ରଦାନ କରିଥିବା ତଥ୍ୟାବଳୀକୁ ପରଖି ପାରିବେ ଏବଂ ଆବଶ୍ୟକ ସ୍ଥଳେ ତାହାକୁ ସଂଶୋଧନ କରିବାରିବେ । “ଅନଲାଇନ ଆବେଦନ ଫର୍ମରେ ତଥ୍ୟାବଳୀର ସଂଶୋଧନ ସନ୍ଧ୍ୟା ୦୫.୦୦ ପର୍ଯ୍ୟନ୍ତ ଗ୍ରହଣ କରାଯିବ ଏବଂ ଜମା ଫି ରାତ୍ର ୧୧.୫୦ପର୍ଯ୍ୟନ୍ତ ଗ୍ରହଣୀୟ ହେବ । ଆବଶ୍ୟକ (ଅତିରିକ୍ତ) ଫି, ଯଦି ପ୍ରଯୁଜ୍ୟ ହେଉଥାଏ, ତେବେ ତାହା କ୍ରେଡ଼ିଟ୍‌/ ଡ଼େବିଟ୍‌ କାର୍ଡ଼/ ନେଟ ବ୍ୟାଙ୍କିଙ୍ଗ୍‌ / ୟୁପିଆଇ ଏବଂ ପେଟିଏମ ଦ୍ୱାରା ପୈଠ କରାଯାଇପାରିବ । ଯଦି କୌଣସି କ୍ଷେତ୍ରରେ ଅତିରିକ୍ତ ଫି ଦେବା ଆବଶ୍ୟକ ହେଉଥିବ ଯାହାକି ଫର୍ମରେ କରାଯାଇଥିବା ପରିବର୍ତ୍ତନ ଦରକାର କରୁଥିବ, ତେବେ ଫି’ ପୈଠ ପରେ ଫାଇନାଲ ଅପ୍‌ଡ଼େଟ୍‌ରେ ତାହା ସୂଚୀତ ହେବ । ତେଣୁ ପ୍ରାର୍ଥୀମାନଙ୍କୁ ଅନୁରୋଧ ସେମାନେ ଅତି ସତର୍କତାର ସହ ସେମାନଙ୍କର ଆବେଦନପତ୍ରରେ ସଂଶୋଧନ(ମାନ) କରନ୍ତୁ ଏବଂ ସେମାନଙ୍କୁ ଆଉ ଅଧିକ ଥର ଏ ସୁଯୋଗ ପ୍ରଦାନ କରାଯିବ ନାହିଁ । ପ୍ରାର୍ଥୀ ଓ ସେମାନଙ୍କର ମାତାପିତାଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ jeemain.nta.nic.in ଓ www.nta.ac.in ୱେବସାଇଟ ଭିଜିଟ କରି ସଦ୍ୟତମ ଅପ୍‌ଡ଼େଟ୍‌ ଜାଣିପାରିବେ । ପ୍ରାର୍ଥମାନେ ଅନ୍ୟ ଯେକୌଣସି ସଂଶୟ ସକାଶେ ୮୨୮୭୪୭୧୮୫୨, ୮୧୭୮୩୫୯୮୪୫, ୯୬୫୦୧୭୩୬୬୮, ୯୫୯୯୬୭୬୯୫୩, ୮୮୮୨୩୫୬୮୦୩ରେ ମଧ୍ୟ ଯୋଗାଯୋଗ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ