ଜେଲ୍ରେ ରହୁଛନ୍ତି ଜଣେ ମାତ୍ର କଏଦୀ
ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ । ଏପର୍ଯ୍ୟନ୍ତ ଆପଣମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଜେଲ୍ରେ ଶହ ଶହ କଏଦୀଙ୍କ ରହଣି ସମ୍ପର୍କରେ ଶୁଣିଥିଲେ । କିନ୍ତୁ ଦୁନିଆରେ ଏମିତି ଏକ ଜେଲ୍ ଅଛି, ଯେଉଁଠାରେ କେବଳ ଜଣେ କଏଦୀ ରହିଛନ୍ତି । ଡାମନ୍ ଡିଉରେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ମିଳେ । ଏଠାକାର ସମୁଦ୍ର କୂଳରେ ରହିଛି ଏକ ବିରାଟ ମହଲ । ଦୂରରୁ ମହଲ ସଦୃଶ ଦେଖାଯାଉଥିବା ଏହି ଘରଟି ପ୍ରକୃତରେ ଗୋଟିଏ ଜେଲ୍ । ଜେଲ୍ର ନିର୍ମାଣଶୈଳୀ ଏତେ ଭବ୍ୟ ଯେ ଆପଣ ବି ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ଶୁଣିବାକୁ ମିଳେ, କୌଣସି ଏକ ସମୟରେ ଏହା କାଞ୍ଜି । ବୟସ ୩୦ । ତାଙ୍କ ଉପରେ ସ୍ତ୍ରୀକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ରହିଛି । ତେବେ ତାଙ୍କ ସୁରକ୍ଷାରେ ୫ ଜଣ ସିପାହୀ ଏବଂ ଜଣେ ଜେଲର୍ଙ୍କୁ ନିଯୁକ୍ତ କରାଯାଇଛି । ଜେଲ୍ରେ ସମସ୍ତ ଶିଫ୍ଟ ଘଣ୍ଟାଏ ହିସାବରେ କରାଯାଏ । ୨୦୧୩ରେ ଜେଲ୍କୁ ବନ୍ଦ କରାଯିବା ଲାଗି ଘୋଷଣା କରାଯାଇଥିଲା । ସେବେଠୁ ଏଠାକୁ କଏଦୀଙ୍କୁ ଆଣିବା ବନ୍ଦ କରିଦିଆଯାଇଛି । କିଛି ବର୍ଷ ପୂର୍ବେ ଏଠାରେ ୭ଜଣ କଏଦୀ ଥିଲେ । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିଲେ । କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁଜରାଟ ସ୍ଥାନାନ୍ତରିତ କରାଗଲା । ପରେ ୨ ଜଣଙ୍କ ଦଣ୍ଡ ଅବଧି ପୂରା ହେବାରୁ ସେମାନଙ୍କୁ ମୁକ୍ତ କରିଦିଆଗଲା ।


