ସବୁଠାରୁ ବଡ଼ ଶୁଆର ଜୀବାଶ୍ମ

ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଓଟାଗୋର ସେଣ୍ଟବାଂଥସ୍ ପାଖରୁ ଏବେ ବିଶାଳକାୟ ଶୁଆର ଜୀବାଶ୍ମ ମିିଳିଛି । ନ୍ୟୁଜିଲାଣ୍ଡର କଣ୍ଟେବରୀ ସଂଗ୍ରହାଳୟ, ଫ୍ଲିଡର୍ସ ଓ ନ୍ୟୁ ସାଉଥ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ମତାନୁସାରେ ଏହାର ଲମ୍ବ ୧ ମିଟର ଓ ଓଜନ ୭ କିଲୋଗ୍ରାମ୍ ଥିଲା । ବାୟୋଲୋଜି ଲେଟର୍ସ ଜର୍ନାଲରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି । ଏହି ଶୁଆର ଥଣ୍ଟ ଏତେ ଶକ୍ତିଶାଳୀ ଯେ ତାହା ଦ୍ୱାରା ପଥରରେ ଦାଗ କରାଯାଇପାରିବ । ଏହାର ଆକାର ଓ ଓଜନକୁ ଲକ୍ଷ୍ୟ କରି ବୈଜ୍ଞାନିକମାନେ ଏହାର ନାମ ଦେଇଛନ୍ତି ହେରାକ୍ଲିସ ଇନ୍ସ୍କାପେକ୍ଟାଟସ୍ । ଅଷ୍ଟ୍ରେଲିଆର ଫ୍ଲିଡର୍ସ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଟ୍ରିବର ବର୍ଥ କହନ୍ତି ଯେ, ସମୟ ଥିଲା ନ୍ୟୁଜିଲାଣ୍ଡର ଜଙ୍ଗଲରେ ସବୁଠାରୁ ବଡ଼ପକ୍ଷୀ ହିଁ ଦେଖିବାକୁ ମିଳୁଥିଲେ । କିନ୍ତୁ ତାହା ଧୀରେ ଧୀରେ ଲୋପ ପାଇଗଲେ । ହେରାକ୍ଳିସର ଜୀବାଶ୍ମ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ତଥା ଅନ୍ୟ ମହାଦ୍ୱୀପରେ ଦେଖିବାକୁ ମିଳୁଥିବା । ସବୁଠୁ ବଡ ପୋରା ଡାଡୋର ଆକାର ଭଳି ଓ କାକାପୋ ନାମକ ଶୁଆର ଆକାରଠାରୁ ଦୁଇ ଗୁଣ ବଡ଼ । ଏବେ କାକାପୋଙ୍କ ସଂଖ୍ୟା ସୀମିତ । ଏହାର ସଂରକ୍ଷଣ କରାଯାଉଛି । ଏହି କପୋତ ୧.୯ କୋଟି ବର୍ଷ ପୂର୍ବେ ଦେଖାଯାଉଥିଲେ । ସେଣ୍ଟବାଂଥସ୍ରେ ଦୀର୍ଘ ୨୦ ବର୍ଷ ଧରି ଖନନ ଚାଲିଛି ଓ ପ୍ରତିବର୍ଷ ନୂଆ ପକ୍ଷୀ କିମ୍ବା ପଶୁଙ୍କ ଜୀବାଶ୍ମ ମିଳୁଛି ବୋଲି କହନ୍ତି ଟ୍ରେବର ବର୍ଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ