ଜ୍ୟୋର୍ତିବିଦ୍ ଶ୍ରୀପତି ଆଚାର୍ଯ୍ୟ ଆନ୍ତର୍ଜାତୀୟ ଜ୍ୟୋତିଷ ସଂଘ : ଆମେରିକା ଦ୍ୱାରା ସମ୍ମାନିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଜଣେ ଉଚ୍ଚକୋଟୀର ଜ୍ୟୋର୍ତିବିଦ୍ ଏବଂ ବାସ୍ତୁଶାସ୍ତ୍ର ବିଶାରଦ ମଧ୍ୟ । ଜୀବନ କାଳରେ ନିଜର ମହାନ୍ ସାଧନା ଏବଂ ସଠିକ ଭବିଷ୍ୟତବାଣୀ ପାଇଁ ପୂର୍ବରୁ ଅନେକ ସମ୍ମାନର ଅଧିକାରୀ ହୋଇସାରିଛନ୍ତି । କିନ୍ତୁ ଏଥର ଆନ୍ତର୍ଜାତୀୟ ଜ୍ୟୋତିଷ ସଂଘ ଆମେରିକା ଦ୍ୱାରା ସମ୍ମାନିତ ହୋଇଛନ୍ତି । ମହାରାଷ୍ଟ୍ରର ନାଗପୁର ସହରରେ ‘ଭାରତୀୟ ଅର୍ଥନୀତିର ଭବିଷ୍ୟତ’ ଏବଂ ବୈଦିକ ଗଣିତ ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ବରାହମିହିର ଏବଂ ଆର୍ଯ୍ୟଭଟ୍ଟଙ୍କ ଭୂମିକା’ ଶୀର୍ଷକ ଏକ ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ‘ଆନ୍ତର୍ଜାତୀୟ ଜ୍ୟୋତିଷ ସର୍ବେକ୍ଷଣ ସଂଘ, ଆମେରିକା ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଥିରେ ସାରା ବିଶ୍ୱର ଅନେକ ଦେଶର ବରିଷ୍ଠ ଜ୍ୟୋର୍ତିବିଦ୍‌ମାନେ ଉପସ୍ଥିତ ଥିଲେ । ଏହିଠାରେ ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରୁଥିଲେ ଏବଂ ସେହିଠାରେ ସ୍ଥାନୀୟ ଅତିଥି ଭାବେ ଏବଂ ଜ୍ୟୋତିଷ ବିଦ୍ୟା କ୍ଷେତ୍ରରେ ନିଜର ସାଧନା ପାଇଁ ‘ବରାହ ମିହିର ଜ୍ୟୋତିଷ ପୁରସ୍କାର’ ସମ୍ମାନରେ ସମ୍ମାନିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ