ତୀର୍ଥ ଯାତ୍ରୀ ବସ୍ ଓଲଟିଲା :୨୫ରୁ ଅଧିକ ଆହତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ରାଜପଥରେ ପୁରୀରୁ ତାମିଲନାଡୁ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଶନିବାର ମଧ୍ୟରାତ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗୁଋତର ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟମାନଙ୍କୁ ଛତ୍ରପୁର ଡାକ୍ତରଖାନାକୁ ପଠାଯାଇଛି । ତାମିଲନାଡୁର ଏହି ତୀର୍ଥଯାତ୍ରୀମାନେ ଚାରିଧାମ ଯାତ୍ରାରେ ବାହାରିଥିଲେ। ପୁରୀରୁ ଦର୍ଶନ ସାରି ତାମିଲନାଡୁ ଫେରୁଥିଲେ। ତେବେ ରମ୍ଭା ନିକଟ ରାଜପଥରେ ଏକ ଟ୍ରକକୁ ସାଇଡ୍ ଦେବାକୁ ଯାଇ ତୀର୍ଥଯାତ୍ରୀ ଥିବା ବସ (ଟିଏନ୍୬୩ଏଏସ୍ ୦୫୦୨)ଟି ଭାରସାମ୍ୟ ହରାଇ ରାସ୍ତାକଡ ଗାଲକୁ ଖସି ପଡିଥିଲା। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ତେଣୁ ରାସ୍ତା ପାର୍ଶ୍ବ ଖୋଳାଯାଇଥିବା ବେଳେ ସେଥିରେ ବସଟି ଖସି ପଡିଥିଲା। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ପ୍ରାୟ ଅର୍ଦ୍ଧେକ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ଘଟଣାସ୍ଥଳ ପରିଦର୍ଶନ କରି ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିବା ସହ ଅନ୍ୟମାନଙ୍କ ରହଣୀ ଓ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାଗସ୍ତ ସ୍ଥାନ ଠାରୁ ପ୍ରଶାସନ ପକ୍ଷରୁ ଗାଡି ଯୋଗେ ତ୍ରିର୍ଥ ଯାତ୍ରୀ ମାନଙ୍କୁ ଛତ୍ରପୁର ନୂତନ ବସଷ୍ଟାଣ୍ଡ କୁ ଅଣାଯାଇଥିଲା l ସେଠାରେ ଛତ୍ରପୁର ଅତିରିକ୍ତ ତହସୀଲଦାର ଜସ୍ମିନ ପ୍ରଧାନ ଏବଂ ଛତ୍ରପୁର ଏନଏସି କିଛି କର୍ମଚାରୀ ଉପସ୍ଥିତ ରହି ସେମାନଙ୍କୁ ସୁରକ୍ଷିତ ରଖାଯାଇଥିଲା l ଅନ୍ୟପଟେ ଏହାର ଖବର ଛତ୍ରପୁର ବିଧାୟକ ସୁବାସ ବେହେରା ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଲୟରେ ପହଁଚି ଆହାତ ତୀର୍ଥ ଯାତ୍ରୀ ମାନଙ୍କ ଚିକିତ୍ସାର ସୁବ୍ୟବସ୍ଥା ସକାଶେ ଉପସ୍ଥିତ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ l ସମସ୍ତେ ସୁସ୍ଥ ହେବା ପରେ ସେମାନଙ୍କ ଘରକୁ ଫେରିବା ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତୀର୍ଥ ଯାତ୍ରୀ ମାନଙ୍କୁ ଛତ୍ରପୁର ଆଣିବା ରେ ଛତ୍ରପୁର ଅଂଚଳର କିଛି ସମାଜସେବୀ ଏବଂ ଏମଭିଆଇ ଶିବ ଶଙ୍କର ଚୌଧୁରୀ ସହଯୋଗ କରିଥିଲେ l


