ଟାଇଫଏଡ୍ ରୋଗୀଙ୍କ ପାଇଁ ଉପକାରୀ ଗାଜର ରସ
ଟାଇଫଏଡ୍ ଏକ ବିପଜ୍ଜନକ ଜ୍ୱର । ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର ପ୍ରଭାବକୁ ମଧ୍ୟ କମେଇପାରିବେ ।
ଟାଇଫଏଡ୍ରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ଅନୁସରଣ କରିପାରିବେ । ତୁଳସୀ ଓ ଗୋଲମରିଚକୁ ଏକ ସମୟରେ ଖାଇଲେ ଉପଶମ ମିଳିଥାଏ । ଏହି ଜ୍ୱର ପାଇଁ ଗାଜର ରସ ମଧ୍ୟ ଉପାଦେୟ । ପ୍ରତ୍ୟେକ ଦିନ ଅଦା ଓ ସେଓର ଜୁସ୍ ପିଇବା ଦ୍ୱାରା ଏହାର ସଂକ୍ରମଣ କମ୍ ହୋଇଥାଏ । ଏକ କପ୍ ଗରମ ପାଣିରେ ୨-୩ ଚାମଚ ମହୁ ମିଶାଇ ପିଅନ୍ତୁ । ମହୁ ଦ୍ୱାରା ଟାଇଫଏଡ୍ର ବ୍ୟାକ୍ଟେରିଆ ମରିଥାନ୍ତି । ପୋଦିନା ପତ୍ର ଓ ଅଦାର ଜୁସ୍ ପିଇବା ଦ୍ୱାରା ଜ୍ୱର କମିଥାଏ । ପାଣିରେ ଲବଙ୍ଗକୁ ଫୁଟାଇ ସେହି ପାଣିକୁ ପ୍ରତ୍ୟେକ ଦିନ ପିଅନ୍ତୁ । ଏହା ଦ୍ୱାରା ସଂକ୍ରମଣ କମିଥାଏ । ଗାଈ କ୍ଷୀର ପିଇବା ମଧ୍ୟ ଉପକାରୀ ।


