ଟାଟା ସହ ଏସି ୧୪ ଖଣ୍ଡ ଶାଗୁଆନ ଗଣ୍ଡି ଜବତ

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ୧୪ ଖଣ୍ଡ ଶାଗୁଆନ ଗଣ୍ଡି ସହ ଓଆର ୦୪ ଜେ ୦୩୪୨ ଟାଟା ଏସି ମିନି ଟ୍ରକ ଜବତ ହୋଇଛି। ଜବତ ଶଗୁଆନ କାଠର ପରିମାଣ ୨୫ ଘନଫୁଟ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଗାଡି ସହ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ଫରେଷ୍ଟର ଅଭିରାମ ଖିଲ, ସୁବ୍ରତ କୁମାର ତ୍ରିପାଠୀ, ରୀଙ୍କୁ ସେଠୀ ଓ ପାର ଫରେଷ୍ଟର ଷ୍ଟାପ ମିଳିତ ଭାବେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ନାଗିରି ନିକଟସ୍ଥ ଠଣାପଲ୍ଲୀ ଠାରେ ଶଗୁଆନ ଗଣ୍ଡି ବୋଝେଇ ଗାଡିକୁ ଜବତ କରି ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଗାଡି ଓ କାଠ ଜବତ ହୋଇଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ଆସୁଥିବା ଜାଣିପାରି କାଠ ମାଫିଆ ମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ଏନେଇ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ୟୁଡି କେଶ ନଂ ୫୦/୨୦-୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆର ଟି ଓ ଅଫିସରୁ ଗାଡି ମାଲିକଙ୍କ ନାମ ଆସିବା ପରେ ତାଙ୍କ ନାମରେ ମାମଲା ପରିବର୍ତ୍ତନ କରାଯିବ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ