ବୁଗୁଡା ବ୍ଲକର କଳମ୍ବ ଠାରେ ଦ୍ଵିତୀୟ ସ୍ୱାବ ସଂଗ୍ରହ କେନ୍ଦ୍ର

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକର କଳମ୍ବ ଠାରେ ଦ୍ଵିତୀୟ ସ୍ୱାବ ସଂଗ୍ରହ କେନ୍ଦ୍ର ବୁଧବାର ଠାରୁ ଆରମ୍ଭ ହେବ ବୋଲି ବୁଗୁଡା ବ୍ଲକ କୋଭିଡ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ମଙ୍ଗଳବାର ସୁଦ୍ଧା ବୁଗୁଡା ବ୍ଲକରେ ୩୯୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫ ଜଣ କରୋନା ଦ୍ୱାରା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବା ବେଳେ ୯୯ ଜଣ ସକ୍ରିୟ ପଜିଟିଭ ଚିକିତ୍ସାଧୀନ ଅଛନ୍ତି। ସକ୍ରିୟଙ୍କ ମଧ୍ୟରୁ ୨୭ ଜଣ ବିଭିନ୍ନ ପଞ୍ଚାୟତର ହୋଇଥିବା ବେଳେ ବୁଗୁଡା ଏନଏସିର ସକ୍ରିୟ ପଜିଟିଭ ହେଉଛନ୍ତି ୭୨ ଜଣ। ବାଲିପଦର ଅଞ୍ଚଳରେ ବାଲିପଦର ପଞ୍ଚାୟତରେ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଲମ୍ବରେ ପଞ୍ଚାୟତରେ ୨୨ ଜଣ, ଏ.କରଡ଼ାବାଡ଼ି ପଞ୍ଚାୟତରେ ୨୪ ଜଣ,ଅରଖପୁର ଜିପି ୪ ଜଣ ଓ ପଚାଲୁଣ୍ଡି ଜିପି ରେ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ୫ ଜଣଙ୍କ ମଧ୍ୟରୁ ଅରଖପୁରରୁ ଜଣେ ଓ ବାଲିପଦରରୁ ତିନି ଜଣ, ଏହିପରି ୪ ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ଆଜି ବୁଗୁଡା ଗସ୍ତରେ ଆସିଥିବା କୋଭିଡ ସେସ୍ପାଲ ଏଡିଏମ ବିଶାଳ ସିଂ କଲମ୍ଵ ଠାରେ ଦ୍ଵିତୀୟ ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆଜି ବୁଗୁଡା ଅଞ୍ଚଳର ୭୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ବୁଗୁଡା ଏନଏସିର ୫୦ ଜଣ ହୋଇଥିବା ବେଳେ ବ୍ଲକର ୨୫ ଜଣ ଅଟନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ