ଭକ୍ତଙ୍କ ଗହଳିରେ ହେଲା ସ୍ନାନ ଯାତ୍ରା
ମୋହନା, (ଅଂଶୁମାନ ପଣ୍ଡା) :-ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳିରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା I ଗଜପତି ଜିଲ୍ଲାର ମୋହନା, ଚନ୍ଦ୍ରଗିରି, ଆର୍. ଉଦୟଗିରି, ରାମଗିରି, ନଳାଘାଟରେ । ସକାଳୁ ଠାକୁରଙ୍କ ନିତୀକାନ୍ତି ସରିବା ପରେ ଜଗନ୍ନାଥଙ୍କୁ ରତ୍ନ ବେଦୀରୁ ଆଣି ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା । ସ୍ନାନ ମଣ୍ଡପରେ ପଣ୍ଡିତ ଶିବଶଙ୍କର ପଣ୍ଡା, ପୂଜା ଅର୍ଚ୍ଚନା କରିବା ପରେ ଜଗନ୍ନାଥଙ୍କୁ ସ୍ନାନ କରାଯାଇଥିଲା । ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ କାଳିଆ ସାଆନ୍ତ । ଆର. ଉଦୟଗିରି ରେ ମଧ୍ୟ ପଣ୍ଡିତ ମିହିର ଦାଶ ଶର୍ମା ପୂଜା ଅର୍ଚ୍ଚନା କରିଥିଲେ ।


