ଟ୍ରାକ୍ଟର ଧକାରେ ମହିଳାଙ୍କ ମୃତ୍ୟୁ

ଯୋଡ଼ା (ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗଠାରେ ଏକ ଟ୍ରାକ୍ଟର ଧକାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଗୁରୁବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ଜଜାଙ୍ଗ ଗ୍ରାମର ଜଗବନ୍ଧୁ ଖୀଲାର ଙ୍କ ପତ୍ନୀ ସୁକୁମ ଖୀଲାର (୪୫) ଗ୍ରାମପନଚାୟତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ପଛପଟୁ ଟ୍ରାକ୍ଟର ନଂ ଓଡି୦୯ଏଲ ୫୦୩୯ ଧକା ଦେଇଥିଲା । ଫଳରେ ସୁକୁମ ଖୀଲାର ଗୁରୁତର ଆହତ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୁକୁମ ଖୀଲାରଙ୍କର ପୁଅ ଅନୀଲ ଖୀଲାର ବାମେବାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ କେଶ୍ ନଂ ୧୫/୨୦୨୦ ରୁଜୁ ମାମଲା ରୁଜୁ କରି ଗାଡିଟିକୁ ଜବତ କରିଥିବା ବାମେବାରୀ ଥାନା ଅଧିକାରୀ ଅମିତାବ୍ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ