ନିଆଁ ଲାଗି ମହିଳା ଗୁରୁତର
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଳା କୋକସରା ବ୍ଲକ ଆମପାଣି ପଂଚାୟତ କାଦୋମାଲି ଗ୍ରାମର ଶୋଭା ପୁଜାରୀ ଙ୍କ ଝିଅ ସରତି ପୁଜାରୀ ଗତ ୪ ତାରିଖ ଦିନ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ଶାଢିରେ ନିଆଁ ଲାଗି ଗୁରୁତର ଆହାତ ହୋଇଥିଲେ ।ପରିବାର ଲୋକେ ସ୍ଥାନୀୟ ବଇଦଙ୍କ ନିକଟରେ ଚିକିତ୍ସିତ କରୁଥିବା ବେଳେ ଗ୍ରାମର ଶିକ୍ଷକ ଥିବା ଇଶ୍ୱର ଅଗସ୍ତି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋକସରା ମେଡିକାଲରେ ଭର୍ତ୍ତିକରିଛନ୍ତି ।


