ଠକେଇ ଅଭିଯୋଗରେ ତେଲେଙ୍ଗାନା ପୋଲିସ ଗଜପତିର ଜଣେ ବ୍ୟକ୍ତିଙ୍କୁ ଗିରଫ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରୁ ହାଇଦ୍ରାବାଦକୁ ଚାକିରୀ ଅନ୍ବେଷଣରେ ଯାଇ କିଛିଦିନ ସେଠାରେ କାମ କରି ବିଶ୍ୱାସ ଭାଜନ ହେବା ପରେ 90 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହାଇଦରାବାଦ ପୁଲିସ ଗଜପତିର ରାୟଗଡ ପୋଲିସ ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୋଜୁଥିବା ସୂଚନା ମିଳିଛି. ଘଟଣାଟି ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ଗ୍ରାମରେ । ଏହା ଏବେ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି। ସ୍ଥାନୀୟ ପୁଲିସ ସୂଚନା ପ୍ରକାରେ ରାୟଗଡ଼ ଗ୍ରାମର ଉଠାଣସିଂ ସାହିର ବିଜିତ କୁମାର ଲିମା (୩୭) ହାଇଦରାବାଦ ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୯୦ ଲକ୍ଷ ଟଙ୍କା ଠକି ନେଇଥିବା ହାଇଦରାବାଦ ସ୍ଥିତ ମାଧବପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଏହାକୁ ଭିତ୍ତିକରି ତେଲେଙ୍ଗାନା ମାଧବପୁର ଥାନାର ଏଏସ୍ଆଇ ରବି କୁମାରଙ୍କ ସହ ଜଣେ ମୁଖ୍ୟ କନେଷ୍ଟବଳଙ୍କ ସହ ତିନି ଜଣିଆ ଟିମ୍ ମୋବାଇଲ ଟ୍ରାକ୍ କରି ରାୟଗଡ଼ରେ ପହଞ୍ଚିଥିଲେ । ଅଭିଯୁକ୍ତ ବିଜିତ କୁମାର ଲିମା ଘରେ ଥିବା ବେଳେ ତାଙ୍କୁ ଗିରଫ କରିଥିଲେ । ଉକ୍ତ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ରାୟଗଡ଼ ଓ ଗଜପତିର ସେରେଙ୍ଗ ଥାନା ଅଞ୍ଚଳର ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଥିବା ରାୟଗଡ଼ ଥାନା ଏସ୍ଆଇ କୃଷ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି.


