ଠିପି ଖୋଲା ମଦ ଦେକାନକୁ ବରୁଣ ଗଡ଼ିଆବାସୀଙ୍କ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା) : ବସ୍ତା ବ୍ଳକ ବରୁଣଗଡ଼ିଆ ପଞ୍ଚାୟତରେ ଅବକାରୀ ବିଭାଗର ପ୍ରସ୍ତାବିତ ଠିପିଖୋଲା ମଦ ଦୋକାନକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ ଓ ୱାର୍ଡ଼ ସଭ୍ୟମାନେ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ସରପଞ୍ଚ ଲିପିକା ରାଉଳଙ୍କ ନେତୃତ୍ୱରେ ବହୁ ୱାର୍ଡ଼ ସଭ୍ୟ ସଭ୍ୟା ଓ ଗ୍ରାମବାସୀମାନେ ସୋମବାର ଜିଲାପାଳଙ୍କୁ ସାକ୍ଷାତ କରି ଠିପି ଖୋଲା ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି । ସେମାନଙ୍କ ଆପତ୍ତି ଅନୁସାରେ ବାରମ୍ବାର ପ୍ରତିବାଦ ସତ୍ତ୍ୱେ ପୂର୍ବରୁ ବରୁଣଗଡ଼ିଆ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଏକ ଠିପିବନ୍ଦ ମଦଦୋକାନ ଖୋଲାଯାଇଥିଲା । ଏବେ ପୁଣି ଏହି ପଞ୍ଚାୟତରେ ଆଉ ଗୋଟିଏ ଟିପି ଖୋଲା ମଦ ଦୋକାନ ଖୋଲା ଯିବା ଦ୍ୱାରା ଏଠାରେ ନାନାପ୍ରକାର ଅଭାବନୀୟ ଘଟଣା ଘଟିବାର ଆଶଙ୍କା ରହିଛି । ଏହି ଅଞ୍ଚଳରେ ଶାନ୍ତି ନଷ୍ଟ ହେବା ସହିତ ୫୦ ମିଟର ଦୂରତାରେ ଥିବା ଦୁଇଟି ଗ୍ରାମ ଯଥା କିଆପଣସି ଓ ଉଦୟପୁର ଲୋକଙ୍କ ପାଇଁ ଏହି ଦୋକାନ ଅତ୍ୟନ୍ତ ଅଶୋଭନୀୟ ପିରସ୍ଥିତି ସୃଷ୍ଟି କରିବ ବୋଲି ମହିଳା ସରପଞ୍ଚ ଶ୍ରୀମତୀ ରାଉଳ ଆରୋପ ଉଠାଇଛନ୍ତି । ସବୁଠାରୁ ବଡ଼କଥା ହେଲା ଠିପିଖୋଲା ମଦ ଦୋକାନ ଖୋଲା ହେଲେ ଏହି ରାସ୍ତା ଦେଇ ମହିଳା, ଛାତ୍ରଛାତ୍ରୀ ଯାତାୟତ୍ତ କରିବା କଷ୍ଟକର ହୋଇପଡ଼ିବ । ତୁରନ୍ତ ଏହି ପ୍ରସ୍ତାବିତ ଠିପି ଖୋଲା ମଦ ଦୋକାନ ଅନ୍ୟ ପଞ୍ଚାୟତ ବା ଅନ୍ୟ ବ୍ଲକକୁ ସ୍ଥାନାନ୍ତର ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି । ଜିଲା ଅବକାରୀ ବିଭାଗ କିମ୍ବା ପ୍ରଶାସନ ନଷ୍ପତ୍ତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଏହି ପଞ୍ଚାୟତର ମହିଳାମାନେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସରପଞ୍ଚ ଶ୍ରୀମତୀ ରାଉଳ ଚେତାବନୀ ଦେଇଚନ୍ତି ।ଏହି ପରିପ୍ରେକ୍ଷୀରେ ଗ୍ରାମାବସୀଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ