ଡାଇମଣ୍ଡ କ୍ଲବ ଏବଂ ଆମ ଓଡ଼ିଶା ସମ୍ବାଦ ଆନୁକୁଲ୍ୟରେ ରକ୍ତଦାନ ଶିବିର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ମୟୁରଭଂଜ ଜିଲ୍ଲାର ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନ ଗୋରୁମହିଷାଣୀର ଅଗ୍ରଣୀ ‘ସ୍ୱେଚ୍ଛାସେବୀ ସଂଗଠନ ‘ ଡାଇମଣ୍ଡ କ୍ଲବ’ ଏବଂ ଆମ ଓଡ଼ିଶା ସମ୍ବାଦ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସାଂପ୍ରତିକ ପରିସ୍ଥିତିରେ ଲକ୍ ଡାଉନ୍ ପାଇଁ ଡାକ୍ତରଖାନାରେ ରକ୍ତ ସଂକଟ ଦେଖାଦେଇଛି ଦେଇଛି ଯାହାଫଳରେ ରକ୍ତ ପାଇଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଲକ୍ଷ୍ୟ କରି ସମାଜସେବୀ ଲକ୍ଷ୍ମଣ ଟୁଡୁ ଏବଂ ସାମ୍ବାଦିକ ତୁଷାର କାନ୍ତ ମହାନ୍ତଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ‌ ଆୟୋଜନ କରାଯାଇଥିଲା ।୧୮ଜଣ ଯୁବ ରକ୍ମଦାତା ରକ୍ତଦାନ ଭଳି ଏହି ମହତ ସମାଜସେବାରେ ନିଜକୁ ସାମିଲ କରି ଥିବାରୁ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ