ଡ. ଦେବ ମହାନ୍ତି ପବ୍ଲିକ ସ୍କୁଲରେ ନିଆରା ଢଙ୍ଗରେ ଗଣେଶ ପୂଜା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଆରା ଢଙ୍ଗରେ ସ୍ଥାନୀୟ ମାହାଳ ସ୍ଥିତ ଡ. ଦେବ ମହାନ୍ତି ପବ୍ଲିକ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରେ କୁନି କୁନି ପିଲାମାନଙ୍କୁ ନେଇ ପ୍ରଭୁ ଗଜାନନଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ସମୟରେ ଦେଶ ମାତୃକା ପାଇଁ ବିଗତ ଦିନରେ ସହିଦ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟର କୁନି କୁନି ପିଲାମାନେ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହାଛଡା ଆଗାମୀ ଦିନରେ ଦେଶ ମାତୃକାର ଗୌରବ ପାଇଁ କାର୍ଯ୍‌୍ୟ କରିବା ନେଇ କୁନିକୁନି ପିଲା ଶପଥ ନେଇଥିଲେ । ଏହି ପିଲାମାନେ ନେଇଥିବା ଶପଥ କିଭଳି କାର୍ଯ୍ୟକ୍ଷମ ହେବ ସେନେଇ ବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାରର ପ୍ରଚେଷ୍ଟା କରାଯିବା ନେଇ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେବଳ ଯେ ବିଦ୍ୟାଳୟରେ ଗଣେଶ ପୂଜା ନିଆରା ଢଙ୍ଗରେ ପାଳନ ହେଲା ତାହା ନୁହେଁ ବରଂ କୁନି କୁନି ପିଲାମାନଙ୍କୁ ନୈତିକ ଶିକ୍ଷା ଓ ମୂଲ୍ୟବୋଧକୁ ନେଇ ପ୍ରତ୍ୟେକ ଦିନ ଶିକ୍ଷା ଦିଆଯାଇଥାଏ । କେବଳ ପାଠ ପଢ଼ି ଚାକିରୀ ପଛରେ ଧାଇଁବା ତାହାନୁହେଁ ବରଂ ସାମାଜିକ ପ୍ରାଣୀ ହିସାବରେ ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇବା ହେଉଛି ପ୍ରକୃତ ମନୁଷ୍ୟତାର ପରିଚୟ ବୋଲି ବିଦ୍ୟାଳୟ ପକ୍ଷରୁ ଶିକ୍ଷାଦାନ କରାଯାଏ । ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୂଖ୍ୟ ବୀରବର ନାୟକ, ଶିକ୍ଷୟିତ୍ରୀ ସ୍ୱାଗତିକା ଆଚାର୍ଯ୍ୟ, ସ୍ନେହଲତା ରାଉତରାୟ, ପ୍ରଭାତୀ ମଞ୍ଜରି ନାୟକ, ରୋଜାଲିନ ମହାନ୍ତି, ସୁବାସିନି ନାୟକ, ଶୁଭଶ୍ରୀ ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ଅନ୍ୟ କର୍ମଚାରୀ ସସ୍ମିତା ମିଶ୍ର, ପ୍ରତିମା ବଳ, ଲିଟୁ ବଳ ଏବଂ ସୁଦର୍ଶନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ