ବକେୟା ଦରମା ନେଇ ସଫେଇ କର୍ମଚାରୀଙ୍କ ରାଇରଙ୍ଗପୁର ମ୍ୟୁନସିପାଲଟି ଅଫିସ ସମ୍ମୁଖରେ ଧାରଣା ଓ କାର୍ଯ୍ୟବନ୍ଦ ଆନ୍ଦୋଳନ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ମ୍ୟୁନସିପାଲଟି କର୍ମଚାରୀ ଏଵଂ ବେସରକାରୀ ସଫେଇ ଠିକାଦାରଙ୍କ ମନମାନିନୀତି ଯୋଗୁଁ ବକେୟା ଦରମା ନେଇ ଗୁରୁବାର ଦିନ ସକାଳୁ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ମ୍ୟୁନସିପାଲଟିର ସଫେଇକାମ ବେସରକାରୀ ଠିକାଦାର ଦ୍ବାରା ଚାଲିଛି । ହେଲେ କତୃପକ୍ଷ ହେଉଛନ୍ତି ପୌର ବିଭାଗ । ଗରିବ,ଖଟିଖିଆ ସଫେଇ ଅର୍ମଚାରୀ ଜୀବନକୁ ପାଣି ଛଡେଇ ରାଇରଙ୍ଗପୁର ମ୍ୟୁନସିପାଲଟିକୁ ସବୁଜ,ସୁନ୍ଦର,ସ୍ବଛ ଓ ପରିଷ୍କାର କରୁଛନ୍ତି ।ହେଲେ ସେମାନଙ୍କୁ ମାସ ୭ ତାରିଖ ଦିନ ଦରମା ମିଳିବା କଥା । ଆଜି ହେଲା ୧୯ ତାରିଖ ଏପର୍ଯ୍ୟନ୍ତ ଦରମା ପାଇଲେ ନାହିଁ ।କତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ।ବାଧ୍ୟ ହୋଇ ସେମାନେ କାର୍ଯ୍ୟବନ୍ଦ କରିବା ସହ ପୌର କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ପୌର କର୍ମଚାରୀମାନେ ବିଳମ୍ବରେ ସେମାନଙ୍କ ବିଲ ପିଡିଙ୍କ ପଠାଉଥିବାରୁ ଦରମା ବିଳମ୍ବ ହେଉଛି ।ସେମାନଙ୍କୁ ମଶାରି ଜାଲଠାରୁ ହୀନ ଛିଟିଆ ପୋଷାକ ଦିଆଯାଉଛି,କରୋନା ସମୟରେ ମାସ୍କ,ସାନିଟାଇଜେସନ ,ଆବଶ୍ୟକୀୟ ଯନତ୍ରପାତି ବ୍ୟବସ୍ଥା କରାଯାଉନାହିଁ। କାମ କରୁଥିବାବେଳେଖଣ୍ଡିଆ ,ଖାବରା,ଆହତ ହେଲେ ସେମାନଙ୍କୁ ଔଷଧ,ପତ୍ର କିଛି ଦିଆ ଯାଉନାହି। ଗୁରୁତର ହୋଇ ଘରେ ରହିଲେ ସେମାନଙ୍କ କଥା ବୁଝା ଯାଉନାହିଁ ।ଅଭିଯୋଗ କଲେ ଛଟେଇ ଧମକ ମିଳୁଛି ।ଏହାକୁ ନେଇ ଅସନ୍ତୋଷ ,କ୍ଷୁବ୍ଧ ହୋଇ ସଫେଇ କର୍ମଚାରୀ ଧାରଣାରେ ବସିଥିଲେ ।କାର୍ୟ୍ୟବନ୍ଦ ଯୋଗୁଁ ପୌରାଞ୍ଚଳରେ ସଫେଇ ହୋଇ ପାରିନାହିଁ ।


