ତାଲିମ କାର୍ଯ୍ୟକ୍ରମ ପରିବର୍ତ୍ତନ ନେଇ ଅବଗତ କଲା ଗାଁସାଥୀ ସଂଘ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଏନ୍‌.ଏମ୍‌.ଏମ୍‌.ଏସ୍ ତାଲିମ କାର୍ଯ୍ୟକ୍ରମ ପରିବର୍ତ୍ତନ କରାଇବା ନେଇ ବନ୍ତ ବ୍ଲକ ଗାଁସାଥୀ (ମେଟ୍‌) ସଂଘ ପକ୍ଷରୁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଲିଖିତ ଅବଗତ କରାଯାଇଛି । ପ୍ରକାଶ ଯେ, ଆସନ୍ତା ୧୪ ତାରିଖରେ ଏହି ତାଲିମ ଅନୁଷ୍ଠିତ ହେବା ନେଇ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ଆସନ୍ତା ୧୩ରୁ ୧୫ ପର୍ଯ୍ୟନ୍ତ ଗାଁସାଥୀଙ୍କର ସ୍ଥାୟୀ ନିଯୁକ୍ତି ନେଇ ଭୁବନେଶ୍ୱରରେ ଗଣଧାରଣା ଓ ବିଶାଳ ସମାବେଶ ଥିବାରୁ ବ୍ଲକ ଗାଁସାଥୀ ସଂଘର ସଭାପତି ରବିନ୍ଦ୍ର କୁମାର ମାଝୀ ଓ ନାରାୟଣ ଦାଶ ପୂର୍ବ ତାରିଖକୁ ପରିବର୍ତ୍ତନ କରି ଆସନ୍ତା ୨୨ ତାରିଖରେ ତାଲିମ କାର୍ଯ୍ୟକ୍ରମ କରିବାକୁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ