ତିତିଲି ଚୂନ ରଙ୍ଗ ଫଣିରେ ଉଡିଗଲା,ସମୀକ୍ଷା କରିବ କିଏ ?

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ): ବିଭିନ୍ନ ସମୟରେ ପ୍ରାକୃତିକ ବିପର‌୍ୟ୍ୟୟ ଘଟିବା ପରେ ସରକାରୀ ସହାୟତା ଆସିଥାଏ । ସେହି ସମୟରେ ଘଟିଥିବା ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯାଇଥାଏ । ତେବେ ଏହି ପ୍ରାକୃତିକ ବିପର‌୍ୟ୍ୟୟ କାପା ପାଇଁ ପୁଷ ମାସତ କାହା ପାଇଁ ସର୍ବ ନାଶ ପାଲଟିଥିବା ବେଳେ ଦିଗପହଣ୍ଡି ପୂର୍ତ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କ ପାଇଁ ଏହା ପୁଷ ମାସ ପାଲଟିଥିବା ସାଧାରଣରେ ସମାଲୋଚନା ଜୋର୍ ଧରିଛି । ଗତ ୨୦୧୮ ମସିହା ଅକ୍ଟୋବର ମାସରେ ସାମୁଦ୍ରିକ ଝଡ ତିତିଲି ପ୍ରଭାବରେ ହୋଇଥିବା ବାତ୍ୟା ବନ୍ୟାରେ ଦିଗପହଣ୍ଡି ପୂର୍ତ୍ତ ବିଭାଗ ଅଧିନସ୍ଥ ତହସିଲ କାର‌୍ୟ୍ୟାଳୟ, କୋର୍ଟ, ପୂର୍ତ୍ତବିଭାଗୀୟ କାର‌୍ୟ୍ୟାଳୟ, ଡାକବଙ୍ଗଳା ଆଦିର ରଙ୍ଗ ଲେପ ଏବଂ ମରାମତି ପାଇଁ ସରକାରୀ ଅନୁଦାନ ଆସିଥିଲା । ସେହିପରି ରାସ୍ତା ପାଶ୍ୱର୍ରେ ରହିଥିବା ଗଛ ଗୁଡିକରେ ଚୂନ ରଙ୍ଗ ଆଦି ବୋଳିବା ପାଇଁ ସରକାରୀ ଅନୁଦାନ ଆସିଥିଲା । ହେଲେ ଦିଗପହଣ୍ଡି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା “କେ୨” ପ୍ରକ୍ରିୟା ମାଧ୍ୟମରେ ୫ ଲକ୍ଷ ଟଙ୍କା ଲେଖାଏଁ ୧୦ ଗୋଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ୍ୟ ଟଙ୍କା ଅନୁଦାନରେ ଘୋଡାହାଡ-ଦିଗପହଣ୍ଡି ଏବଂ ଦିଗପହଣ୍ଡି-ପୁଡାମାରୀ ରାସ୍ତା ପାଶ୍ୱର୍ରେ ବନୀକରଣ ଯୋଜନାରେ ବୃକ୍ଷ ରୋପଣ କରାଯାଇ ସୃଷ୍ଟି କରାଯାଇଥିବା ଗଛ ଗୁଡିକରେ ଚୂନ ରଙ୍ଗ ଦିଆଯାଇଥିଲା । ସରକାରୀ ବାସଭବନ ଏବଂ କାର‌୍ୟ୍ୟାଳୟ ଗୁଡିକ ମଧ୍ୟ ଅଳ୍ପ କିଛିରେ ମରାମତି କରାଯାଇ ସେସବୁକୁ ସଜଡାଯାଇ ରଙ୍ଗ ପ୍ରଲେପ ଆଦି ଦିଆଯାଇଥିଲା । ସମ୍ପ୍ରତ୍ତି ହୋଇଥିବା ଫଣିର ପ୍ରଭାବ ଦିଗପହଣ୍ଡିରେ ଆଦୌ ଘଟିନଥିଲେ ହେଁ ପବନ ବର୍ଷାରେ ଆଂଶିକ ପ୍ରଭାବିତ ହୋଇଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସରକାରୀ ଅନୁଦାନ ହଡପ କରିବାର ମସୁଧା ଚାଲିଥିବା ଶୁଣିବାକୁ ମିଳୁଛି । ତିତିଲି ସମୟରେ କେ୨ ମାଧ୍ୟମରେ ଦିଆଯାଇଥିବା ସମସ୍ତ କାର‌୍ୟ୍ୟାଦେଶରେ ହୋଇଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରି ସେସବୁର ବିଧିବଦ୍ଧ ତଦନ୍ତ କରିବା ନେଇ ଆବଶ୍ୟକତା ରହିଛି ବୋଲି ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ସୁମନ ସାହୁ, ଶଙ୍କର ବେହେରା, କାହ୍ନୁ ଚରଣ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ପଣିରେ କୌଣସି ପ୍ରକାର କ୍ଷୟ କ୍ଷତି ଘଟିନଥିବା ନେଇ ଜିଲାପ୍ରଶାସନ ସମୀକ୍ଷା କରି ରାଜ୍ୟସ୍ତରକୁ ରିପୋର୍ଟ ପଠାଇଥିବା ବେଳେ ଆଂଶିକ ପ୍ରଭାବ ଆଳରେ ପୁନଶ୍ଚ ଅର୍ଥ ହଡପ କରିବା ମସୁଧା ଉପରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହୋଇଛି । ଅନ୍ୟପକ୍ଷରେ ତିତିଲି ସମୟରେ ଦିଆଯାଇଥିବା କାର‌୍ୟ୍ୟାଦେଶ ଏବଂ ସେତେବେଳେ ଦିଆଯାଇଥିବା ସମସ୍ତ ରଙ୍ଗ ଏବେ ସବୁ ଫିକା ପଡିଯାଇଥିବାରୁ ଉଚ୍ଚବିଭାଗୀୟ କର୍ତ୍ତୃପକ୍ଷ ତଦନ୍ତ ପାଇଁ ଆସିଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭାଳେଣି ସୃଷ୍ଟି ହୋଇଥିବା ନେଇ ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି । ଘଟଣା ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡଙ୍କୁ ପଚରାଯିବାରେ କହିଛନ୍ତି ଯେ, ଯେଉଁ ଠିକାଦାର ମାନଙ୍କୁ କେ୨ ମାଧ୍ୟମରେ କାର‌୍ୟ୍ୟାଦେଶ ମାନ ଦିଆଯାଇଛି ସେହି ମାନଙ୍କୁ ତାହାର ରକ୍ଷଣାବେକ୍ଷଣ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ