ତିର୍ତୋଲରେ ଜିଲ୍ଲା ପ୍ରଶାସନକୁ ଆଖିଠାର ମାରି ଚାଲିଛି ଘରୋଇ କୋଚିଂସେଣ୍ଟର ଓ ଟ୍ୟୁସନ
ତିର୍ତୋଲ ରୁ (ଅଭିଷେକ ତ୍ରିପାଠୀ): ତିର୍ତୋଲ ଅଞ୍ଚଳ ରେ ଛତୁ ଫୁଟିଲା ପରି ଘରୋଇ ଶିକ୍ଷାନୁଷ୍ଠାନ ଖୋଲି ଥିବା ବେଳେ ବର୍ତମାନ ର ଏହି ସମ୍ବେଦନଶୀଳ ସମୟସରେ ମଧ୍ୟ ସରକାରଙ୍କର କୋଭିଡ ନିୟମ କୁ ଉଲ୍ଲଙ୍ଘନ କରି ନିଜର ବ୍ୟବସାୟୀ କ ସାମ୍ରାଜ୍ୟକୁ ବୃଦ୍ଧି କରିବାକୁ ଯାଇ ଛାତ୍ର ଛାତ୍ରୀ ଙ୍କ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି ଘରୋଇ ଶିକ୍ଷାନୁଷ୍ଠାନ ର ସଦସ୍ୟ. ବର୍ତମାନ ସରକାରଙ୍କର ଗାଇଡ଼ଲାଇନ ଅନୁଯାଇ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ ଥିବା ସତ୍ୱେ ଫନ୍ଦି ଫିକର ଲଗାଇ ତିର୍ତୋଲ ଅଞ୍ଚଳ ର କିଛି ନାମକରା ଘରୋଇ କୋଚିଂ ସେଣ୍ଟର ସ୍ଥାନ ପରିବର୍ତନ କରି ତାଙ୍କର ଵେବସାୟ ଚଳାଉଥିବା ବେଳେ ଏଥିରେ ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ସାମିଲୀ ରହୁଥିବା ର ନଜର ଆସୁଛି. ସୂଚନା ମୁତାବକ ତିର୍ତୋଲ ରଥିପୁର, ସାରଳା ରୋଡ, ତେନ୍ତୁଳିପଦା, କନକପୁର, ତରଜଙ୍ଗା ର କିଛି ସ୍ଥାନରେ ମଧ୍ୟ ଘରେ ଟ୍ୟୁସନ ଚାଲୁଥିବା ରୁ 100 ପିଲା ଏକତ୍ରିତ ହୋଇ ପାଠ ପଢ଼ୁଥିବା ର ଦେଖିବାକୁ ମିଳୁଛି. ଜିଲ୍ଲା ପ୍ରଶାସନ ବା ତିର୍ତୋଲ ତହସିଲଦାର ଛୋଟ ମୋଟ ଦୋକାନ ବଜ଼ାର ଉପରେ ହେଉ ଅବା ମାସ୍କ ପିନ୍ଧିନଥିବା ଜନସାଧାରଣ ଙ୍କ ଉପରେ ମୋଟା ଅଙ୍କର ଜରିମାନା ଆଦାୟ କରି ନିଜର ପାରିବା ପଣିଆ କୁ ଜାହିର କରୁଥିବା ବେଳେ ଲୁକାଇତ ଭାବରେ ଚାଲୁଥିବା ଏହି କୋଚିଂ ସେଣ୍ଟର ଅବା ଘରୋଇ ଟ୍ୟୁସନ ଉପରେ କେବେ ଅଙ୍କୁଶ ଲଗାଇବେ ତାହା ଦେଖିବାକୁ ବାକି ରହିଲା.


