ତିର୍ତ୍ତୋଲ ଉପନିର୍ବାଚନ ପାଇଁ ୩ପ୍ରମୁଖ ଦଳର ପ୍ରଚାର ଜୋରଦାର

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ):କର୍ମୀଙ୍କ ଅନ୍ତର ଭିତରେ କୋହ ମୁହଁରେ ହସ ତଥାପି ଦଳର ଛାମୁଆ ନେତାଙ୍କ ବାଣୀ କୁ କିଭଳି ପ୍ରତ୍ୟାଖାନ କରିବୁ ଦଳର ସବୁ ନିୟମ ତ ମାନିବାକୁ ପଡିବ ହେଲେ ଆମ ଭିତର କଥା କଣ ସବୁ କହିହବ, ତମକୁ ଏମିତି କିଛି କଥା ଆଜି କୁଜିନେତା ବଖାଣି ହଉଛନ୍ତି ହେଲେ ୩ ଦଳ ନିଜ ନିଜର ପ୍ରଚାର ଅଭିଯାନ ଜୋରସୋର ଚାଲିଥିବାବେଳେ ବର୍ଷାପାଗ କୁ ଖାତିର ନକରି ବିଜେପି ଦଳ ର ପାର୍ଥୀ ରାଜକିଶୋର ବେହେରା ବିରିଡି ବ୍ଲକ ର ବିଭିନ୍ନ ସ୍ଥାନ ରେ ପ୍ରଚାର ଚଳାଇଥିବାବେଳେ ବିଜେଡି ଦଳ ପକ୍ଷରୁ ଛାମୁଆ ନେତାଙ୍କୁ ନେଇ ତଳ ସ୍ତରର ନେତା ବିଜୟଶଙ୍କର ଦାସ ଙ୍କୁ ଭୋଟ ଦେବା ପାଇଁ ସ୍ଥାନେ ସ୍ଥାନେ ଲୋକମାନଙ୍କୁ ଗୁରୁ ମନ୍ତ୍ର ଦେଉଥିବା ଦେଖା ଯାଉଛି |ଟାଣୁଆ ନେତା ନିଜ ନିଜର ବଣ୍ଟା ଯାଇଥିବା ଏରିଆ କୁ ଯାଇ ୱାର୍ଡ କମିଟି ଗଠନରେ ଲାଗିପଡିଛନ୍ତି ତଥାପି ଦଳ କନ୍ଦଳ କର୍ମୀ କଥାରୁ ଜଣା ପଡୁଛି |ଅନ୍ୟ ପକ୍ଷରେ କଂଗ୍ରେସ ଦଳ ବି ନିଜର ତଳ ସ୍ତର ଠୁ ଉପର ଯାଏ କାହାକୁ ନଛାଡି ସଭିଙ୍କୁ ଏକାଠି କରି ହିମାଂଶୁ ଭୂଷଣ ମଲ୍ଲିକ ଘରକୁ ଘର ବୁଲି ନିଜର ନିର୍ବାଚନ ମଣ୍ଡଳୀ ର ସମସ୍ତଙ୍କୁ ଭେଟି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ