ତୁଳସୀପତ୍ର ଖାଇଲେ କୋରୋନା ଭଲ ହେବା ଭିଡିଓ ଭାଇରାଲ ଗୁଜବ
ପୁରୀ : ୭ଟି ତୁଳସୀ ପତ୍ର ଖାଇଲେ କୋରୋନା ଭଲ ହେବା ଭିଡିଓ ଭାଇରାଲ ହେବ ସହ ଏହା ଜଗନ୍ନାଥ ମହାପ୍ରଭୁଙ୍କ ମୁଖ୍ୟ ସେବକଙ୍କୁ ସ୍ବପ୍ନ ହୋଇଛି ତାହା ସୁର୍ଜ୍ୟ ଉଦୟ ହେବ ପୂର୍ବରୁ ୭ଟି ତୁଳସୀ ପତ୍ର ସେବନ କଲେ କୋରୋନା ଭାଇରସ ଆଉ କାର୍ଜ୍ୟ କରିବନିକି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବ ପରେ ଜନସାଧାରଣ ତୁଳସୀ ପତ୍ର କୁ ସେବନ କରିଥିଲେ, ଏପରି ପ୍ରସଙ୍ଗକୁ ଆଜି ସୁକୁରବାର ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସୂଚନା ଡାଇଛନ୍ତି, । ଏହା ଏକ ଗୁଜବ, ଏଭଳି କୌଣସି ସ୍ବପ୍ନାଦେଶ ଖବରର ସତ୍ୟତା ନାହିଁ । ଗୁଜବକୁ ବିଶ୍ବାସ କରିବା କଥା ନୁହେଁ, ଜଗନ୍ନାଥଙ୍କ ତୁଳସୀ ଏକ ପ୍ରସାଦ ଭାବେ ସେବନ କରାଯାଇପାରିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ତେଣୁ ତୁଳସୀ ପତ୍ର ସେବନ କରୁଥିବା ବ୍ୟକ୍ତି କେବଳ ପ୍ରସାଦ ଭାବି ସେବନ କରିବାକୁ ସେ ନିବେଦନ କରିଛନ୍ତି.


