ତୁଳସୀପୁର ଠାରେ ରକ୍ତଦାନ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ତୁଳସୀପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଯୁବକ ସଂଘ ପକ୍ଷରୁ ପବିତ୍ର ସରସ୍ୱତୀ ପୂଜା ଅବସରରେ ଶିବିରଟି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରାୟ ୩୨ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ସଭାପତି ରାଜେଶ ସାମଲ ଓ ପ୍ରଦ୍ୟୁମ୍ନ ସାମଲଙ୍କ ସଂଯୋଜନାରେ ଭଦ୍ରକ ରେଡ଼କ୍ରସର ଡାକ୍ତର ଓ ଟେକ୍ନିସିଆନ ମାନେ ତୁଳସୀ ପୁର ଠାରେ ପହଂଚି ରକ୍ତ ସଂଗ୍ରହ କରିଥିଲେ । ସ୍ଥାନୀୟ ଅଞ୍ଚଳର ସ୍ଵେଚ୍ଛାକୃତ ରକ୍ତଦାତା ଦିଲୀପ ସେଠୀ, ପ୍ରଶାନ୍ତ ସାମଲ, ମହାବୀର ସାମଲ, ପ୍ରଭାତ ସାମଲ, ସୌମ୍ୟରଂଜନ ନାୟକ, ତପନ ବେହେରା, ଶେଷଦେବ ବେହେରା, ଭକ୍ତହରି ସାମଲ ପ୍ରମୁଖ ରକ୍ତଦାନ କରିଥିଲେ । ଶିବିରକୁ ଯୁବନେତା ପ୍ରଣୟ ସାମଲଙ୍କ ସମେତ ଜୟପ୍ରକାଶ ସାମଲ, ଜ୍ୟୋତି ସାମଲ, ଶିବୁ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।


