ତେଜରାତି ଦୋକାନକୁ ସିଲ୍ କଲେ ତହସିଲଦାର
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ସଟ୍ ଡାଉନ୍ ଥିବା ବେଳେ ବନ୍ତ ତସହିଲଦାର ଇନ୍ଦିରା ସାହୁ ବଜାର ପେଟ୍ରୋଲିଂ କରୁଥିଲେ । ଏହି ସମୟ ମଧ୍ୟରେ ବନ୍ତ ଲକ୍ଷ୍ମୀ ବଜାରସ୍ଥିତ ଜେନା ମାର୍କେଟ କମ୍ପେ୍ଲକ୍ସର ଏକ ତେଜରାତି ଦୋକାନ ଖୋଲା ଥିବାର ଦେଖିଥିଲେ । ସେଠାକୁ ଯାଇ କରୋନା ଆଇନ ଅବମାନନା କରିବା ଅଭିଯୋଗରେ ଉକ୍ତ ଦୋକାନକୁ ୭ ଦିନ ସିଲ୍ କରିଥିଲେ । ପାଖରେ ରସିଦ୍ ବହି ନଥିବାରୁ ଜୋରିମାନା ନିଆଯାଇପାରିନଥିଲା । ପରେ ରସିଦ୍ ବହି ଅଣାଯିବା ପରେ ଜୋରିମାନା ଆଦାୟ କରାଯିବ ବୋଲି ଜଣାଯାଇଛି । ଅପରପକ୍ଷେ ଘରେ ଚାଉଳ ସରି ଯାଇଥିବାରୁ ଦୋକାନରୁ ଚାଉଳ ନେବା ପାଇଁ ଦୋକାନ ଖୋଲିଥିବା ଦୋକାନୀ ଅୟସକାନ୍ତ ମିଶ୍ର କରିଛନ୍ତି । ତେବେ ଦୋକାନ ଖୋଲିବା ବେଳେ କୌଣସି ଗ୍ରାହକ ସେଠାରେ ଉପସ୍ଥିତ ଥିବା ଦେଖାଯାଇନଥିଲା ।


