ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଳକର ଓ୍ବାର୍ଡ ମେମ୍ବରମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଚଅଁରପଦା ପଞ୍ଚାଯତ ଅନ୍ତର୍ଗତ ହଂସପଡାଠାରେ ଅବସ୍ଥିତ ଗ୍ରାମ୍ଯ କଲ୍ଯାଣ ସଂସ୍ଥା ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ନିମାପଡ଼ା ବ୍ଳକ ଅଧ୍ୟକ୍ଷ ଶଙ୍କର ଭୋଇ ଉଦଘାଟିତ କରିଥିଲେ। ଏହି କାର୍ଯ୍ଯକ୍ରମ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଏବଂ ରାଜ୍ଯ ଗ୍ରାମ୍ଯ ଉନ୍ନୟନ ପ୍ରତିଷ୍ଠାନ (SIRD) ଦ୍ବାରା ପରିଚାଳିତ ହେଉଛି। ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିର ରେ ଡେଣୁଅଁ, ଚଅଁରପଦା ଓ ଧଳେଶ୍ବର ଗ୍ରାମ ପଞ୍ଚାୟତର ୪୦ ଜଣ ଓ୍ବାର୍ଡ ମେମ୍ବର ଯୋଗ ଦେଇଥିଲେ। ନିମାପଡା ବ୍ଳକ ବିଡିଓ ବସନ୍ତ କୁମାର ମଲ୍ଲିକ ନିଜର ପ୍ରେରଣାଦାୟୀ ବକ୍ତବ୍ଯ ପ୍ରଦାନ କରିବାପରେ ଭିଲିଗ୍ରାମ ସରପଞ୍ଚ ଶ୍ରୀ ଅରବିନ୍ଦ ମଲ୍ଲିକ ଏବଂ ଚଅଁରପଦା ସରପଞ୍ଚ ଶ୍ରୀ ତପନ କୁମାର ମଲ୍ଲିକ ଗଣତନ୍ତ୍ରର ତୃଣମୂଳ ପ୍ରତିନିଧିଭାବେ ପ୍ରଶିକ୍ଷାର୍ଥୀମାନେ ସଚେତନ ହେବାପାଇଁ ମତ ଦେଇଥିଲେ। ତାଲିମଦାତା ଶ୍ରୀ ରଞ୍ଜନ ବିଶ୍ବାଳ ଓ ଶ୍ରୀ ଅଶୋକ ସ୍ବାଇଁ ଏମି ତାଲିମର ଉଦ୍ଦେଶ୍ଯ ଓ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । RWI କର୍ମୀ ଧନ୍ଯବାଦ ଅର୍ପଣ କରିଥିଲେ। ସ୍ବେଚ୍ଛାସେବୀ ପିଙ୍କୀ, ପୂଜା, ମିତା,ରେବତୀ, ସତ୍ଯ, ସୂରଜ, ଦୀପକ, ବବିତା, ଗନୀ, ବିଶ୍ବମ୍ବର, ଚିତ୍ତ ପ୍ରମୁଖ ସହଯୋଗ କରିଥିଲେ । RWI ର ସାଧାରଣ ସଂପାଦକ ଶ୍ରୀ ପ୍ରଭାକର ନନ୍ଦ ଏହି କାର୍ଯ୍ଯକ୍ରମ କୁ ସୁପରିଚାଳନା କରିବା ସହିତ ୨୦୦୪ ମସିହାରେ ମିଶନ ଶକ୍ତିର ମୁଖ୍ଯ ସଙ୍ଗୀତ ସ୍ବରଚିତ (ଆମେ ସବୁ ଯେତେ ଗାଆଁ ଝିଅ ବୋହୂ) ଗାଇ ସମସ୍ତଙ୍କୁ ମୁଗ୍ଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ