ଦକ୍ଷିଣ ଓଡିଶାରେ କୋଭିଡ୍କୁ ପରାସ୍ତ ପାଇଁ ସୁରକ୍ଷିତ ଆଚରଣ ଓ ଟୀକାକରଣ ହିଁ ବିକଳ୍ପ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପ୍ରେସ୍ ସୂଚନା ବୁୁ୍ୟରୋ (ପିଆଇବି) ବିଭାଗର ସହଯୋଗରେ ୟୁନିସେଫ ଓଡିଶା ଦ୍ୱାରା ଗଜପତି/କନ୍ଧମାଳ/ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ପ୍ରେସ୍ ସୂଚନା ବ୍ୟୁରୋ ଏବଂ ।ଞ୍ଚଳିକ ଆଉଟ୍ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ରାଜୀନ୍ଦ୍ର ଚୌଧୁରୀ, ଭୁବନେଶ୍ୱରସ୍ଥ ଆଞ୍ଚଳିକ ଆଉଟ୍ରିଚ୍ ବ୍ୟୁରୋ ନିର୍ଦ୍ଦେଶକ ଅଖିଲ କୁମାର ମିଶ୍ର, ଓଡିଶା ରାଜ୍ୟ ପ୍ରତିଷୋଧକ ଅଧିକାରୀ ଡ.ତାପସ କୁମାର ପାତ୍ର, କୋରାପୁଟର ଏଫଡବ୍ଲ୍ୟୁ ତଥା ଏଡିପିଏଚ୍ଓ ଡାକ୍ତର ନୀଳମାଧବ ସତପଥୀ, ୟୁନିସେଫ୍ ଓଡିଶା କାର୍ଯ୍ୟାଳୟର ମୁଖ୍ୟ ମୋନିକା ନେଲ୍ସନ୍, ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତ, ୟୁନିସେଫ୍ ଓଡିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଅନୀଲ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୋଭିଡ୍ର ଉପଯୁକ୍ତ ଆଚରଣ ଏବଂ ଅଧିକ ଲୋକଙ୍କୁ ଟୀକାକରଣ ପ୍ରତି ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ୟୁନିସେଫ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ୟୁନିସେଫ୍ ଓଡିଶା ମୁଖ୍ୟ ମୋନିକା ନେଲ୍ସନ୍ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ । ମହାମାରୀ ସମୟରେ ସୂଚନା ଦେବାରେ ଗଣମାଧ୍ୟମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି ବିଶେଷ କରି ଆଦିବାସୀ ପ୍ରବଣ ଅପହଞ୍ଚ ଅଞ୍ଚଳମାନଙ୍କରେ ଏବଂ ଆଦିବାସୀ ସମ୍ପ୍ରଦାୟ ଯେଉଁମାନେ କି ନିୟମିତ ସୂଚନା ପାଇପାରନ୍ତି ନାହିଁ । ଏହାସହ ସୂଚନା ଏବଂ ଜ୍ଞାନର ଅଭାବ ସହିତ ଭୁଲ୍ ତଥ୍ୟ ଓ ଅନ୍ଧବିଶ୍ୱାସର ପ୍ରସାର ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଟିକାର ଦ୍ୱନ୍ଦ ବଢାଇଥାଏ । ତେଣୁ ଗଣମାଧ୍ୟମ ସୂଚନା ପ୍ରଚାର କରିବାରେ ଯତ୍ନବାନ ହେବା ସହ ସଠିକ୍ ଓ ବୈଜ୍ଞାନିକ ସୂଚନା ଆଦିବାସୀ ସମ୍ପ୍ରଦାୟମାନଙ୍କରେ ପହଞ୍ଚାଇବା ସୁନିଶ୍ଚିତ କରିବା ଉଚିତ ବୋଲି ସେ କହିଥିଲେ । ଆଞ୍ଚଳିକ ଆଉଟ୍ରିଚ୍ ବ୍ୟୁରୋ ନିଦର୍ଦ୍ଦଶକ ଅଖିଲ୍ କୁମାର ମିଶ୍ର କହିଥିଲେ ଯେ, କେବଳ ନିଦ୍ଧିଷ୍ଠ ଜିଲ୍ଲାର ଆଦିବାସୀ ଅଞ୍ଚଳ ନୁହଁ ବରଂ ତଥାକଥିତ ବିକଶିତ ସହରରେ ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳ ଉପରେ ଧ୍ୟାନ ଦିଆଯିବା ଉଚିତ୍ । ଭୁବନେଶ୍ୱରର ପ୍ରେସ୍ ସୂଚନା ବ୍ୟୁରୋ ଏବଂ ।ଞ୍ଚଳିକ ଆଉଟ୍ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ରାଜୀନ୍ଦ୍ର ଚୌଧୁରୀ କହିଥିଲେ ଯେ ଭାରତ ଭଳି ବିଭିନ୍ନ ଦେଶରେ ବିଶେତ କରି ଓଡିଶାରେ ଯୋଗାଯୋଗ ଏବଂ ପରିବହନ ସମସ୍ୟା କାରଣରୁ ମୂଳସ୍ତରରେ ପôହବା କଷ୍ଟକର ହୋଇଛି । ତେଣୁ ସେପରି ଅସୁରକ୍ଷିତ ସମ୍ପଦାୟମାନଙ୍କ ପାଖରେ ପହଞ୍ôଚବ।। ପାଇଁ ଯୋଗାଯୋଗ ଏବଂ ପାସ୍ପରିକ ଯୋଗ।।ଯୋଗର ଏକ ମିଶ୍ରଣ ନିୟମିତ ହେବା ଆବଶ୍ୟକ । ସେହିଭଳି ଏକାଧିକ ଜଟିଳ ରୋଗରେ ପୀଢିତ ଥିବା ବ୍ୟକ୍ତି, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡ୍ ବହୁ କ୍ଷତିକାରକ ସାବସ୍ତ୍ୟ ହେଉଥିବା, ଅସ୍କିମିଟର ବ୍ୟବହାର, ଅମ୍ଲଜାନ ସ୍ତର ବ।।ରମ୍ବାର ଯାଞ୍ଚ କରିବା, ଟୀକା ଦ୍ୱାରା ନିଜକୁ ଏହି ରୋଗର ନିରାକରଣ, ବିନା ଦ୍ୱିଧାରେ ସମସ୍ତେ ଟୀକାକରଣ କରିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଇ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟୀକାକରଣ ଡୋଜ୍. ଡୋଜ ମଧ୍ୟରେ ବ୍ୟବଧାନ ଏବଂ ଆଦିବାସୀ ତଥା ଗ୍ରାମୀଣ ଅଞ୍ଚଳମାନଙ୍କରେ କିପରି ପହଞ୍ôଚ ପାରିବ ସେ ବିଷୟରେ ଗଣମାଧ୍ୟମ ଦ୍ୱାରା ପଚରାଯାଇଥିବା ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଦାନ କରାଯାଇଥିଲା ।


