ପାରଳାରେ ଲିକ୍ୟୁଡ ଅକ୍ସିଜେନ ପ୍ରକଳ୍ପ ନିର୍ମାଣ ଅନୁଧ୍ୟାନ କଲେ ଅତିରିକ୍ତ ଜିଲ୍ଲାପାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ଲିକ୍ୟୁଡ (ତରଳ) ମେଡିକାଲ ଅସ୍କିଜେନର ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପ୍ରକଳ୍ପ କାର୍ଯର ଅଗ୍ରଗତି ନେଇ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଅନୁଧ୍ୟାନ କରିିଛନ୍ତି । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବାରେ ବିଶେଷ ଉନ୍ନତି ଆଣିବା ପାଇଁ ଗତ ଜୁନ ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ୟୁଆଲ ମୋଡରେ ଭତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଏହି ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି । ପ୍ରକଳ୍ପ କାର୍ଯ୍ୟର ତଦାରଖ ଏବଂ ଅନୁଧ୍ୟାନ ମଧ୍ୟ ଜିଲ୍ଲା ପ୍ରଶାସନ କରୁଥିବାର ଲକ୍ଷ୍ୟ କରାଯାଇଛି । ଆଗାମୀ କିଛି ଦିନ ପରେ ଏହି ପ୍ରକଳ୍ପର ନିର୍ମାଣ ଶେଷ ହୋଇଯିବ ବୋଲି କୁହାଯାଇଛି । ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖା ଯାଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ । ମୁଖ୍ୟତଃ କୋଭିଡ୍ ମହାମାରୀ ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ଅକ୍ସିଜେନର ନିଶ୍ଚିତ ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦେଇ ରାଜ୍ୟର ଅନେକ ଚିକିତ୍ସା କେନ୍ଦ୍ର ସମେତ ଗଜପତି ଜିଲ୍ଲାର ସମସ୍ତ କେନ୍ଦ୍ରକୁ ଠିକ୍ ସମୟରେ ଅକ୍ସିଜେନ ଯୋଗାଇ ଦେବାରେ ଏହା ବେଶ ସହାୟକ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ