ହିନ୍ଦୁ ମହାସଭା ନେତାଙ୍କୁ ନିର୍ମମ ହତ୍ୟା

ଲକ୍ଷେ୍ନø : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନøରେ ଆଜି ହିନ୍ଦୁ ମହାସଭା ନେତା ତଥା ହିନ୍ଦୁ ସମାଜ ପାର୍ଟିର ଜାତୀୟ ଅଧ୍ୟକ୍ଷ କମଳେଶ ତିୱାରୀଙ୍କୁ ନିର୍ମମ ହତ୍ୟା କରାଯାଇଛି । ୪୫ ବର୍ଷୀୟ କମଳେଶଙ୍କୁ ଲକ୍ଷେ୍ନøର ଖୁସିଦାବାଗ୍ ଅଞ୍ଚଳ ସ୍ଥିତ ତାଙ୍କ ବାସଭବନ ନିକଟସ୍ଥ ଅଫିସରେ ଗଳା କାଟି ଏବଂ ଛାତିରେ ଛୁରି ଭୁସି ହତ୍ୟା କରାଯାଇଛି । ଏ.ଏସ୍ପି ବିକାଶ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ଯେ, ଏହି ଅପରାଧ ଘଟାଇଥିବା ବ୍ୟକ୍ତିମାନେ ତିୱାରୀଙ୍କ ସହ ପରିଚିତ ଥିଲେ । ସେମାନେ ତିୱାରୀଙ୍କୁ କିଛି ଉପହାର ଦେବା ବାହାନାରେ ଆସି ତାଙ୍କୁ ହତ୍ୟା କରିଛନ୍ତି । ଛୁରିରେ ଆକ୍ରମଣ କରିବା ପୂର୍ବରୁ ସେମାନେ ତାଙ୍କୁ ଗୁଳି ମାରିଥିଲେ ବୋଲି ଜଣାପଡ଼ିଛି । ହତ୍ୟାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତିୱାରୀଙ୍କ ହତ୍ୟାକାଣ୍ଡ ସଂପର୍କରେ ତାଙ୍କ ପଡ଼ୋଶୀ ସୌରାଷ୍ଟ୍ର ଜିତ୍ ସିଂହ କହିଛନ୍ତି, ଦୁଇ ଅଭିଯୁକ୍ତଙ୍କୁ ସେ ସ୍ପଷ୍ଟ ଦେଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ତିୱାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ଜଣ ସୁରକ୍ଷାକର୍ମୀ ଗତ ଦୁଇ ଦିନ ହେଲା ଆସୁନଥିଲେ ଏବଂ ଅନ୍ୟ ଜଣେ କନେଷ୍ଟବଳ ଘଟଣାସ୍ଥଳରେ ଥାଇ ମଧ୍ୟ ଶୋଇ ପଡ଼ିଥିଲେ । ତିୱାରୀଙ୍କ ହତ୍ୟା ଘଟଣାକୁ ବିରୋଧ କରି ତାଙ୍କ ସମର୍ଥକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ