୨୪ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଡ଼ ରଙ୍ଗଣି ସାହିରେ ଉତ୍ସାହୀ ନାମପ୍ରେମୀ ଯୁବଗୋଷ୍ଠୀ ପକ୍ଷରୁ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ୨୪ ପ୍ରହର ନାମଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି । ବୁଧବାର ଅପରାହ୍ନ ୩ଘଂଟା ସମୟରେ ଯମୁନା ଅଧିବାସ ସହ ଅଧିବାସ କରାଯାଇଥିଲା । ସଂପୃକ୍ତ ସାହିର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଘୋଡ଼ାହାଡ଼ ନଦୀରୁ କୁମ୍ଭରେ ଜଳ ଧାରଣ କରି ନଗର ପରିକ୍ରମା କରିବା ସହ ଅଧିବାସ କରାଇଥିଲେ । ଗୁରୁବାର ପୂର୍ବାହ୍ନରେ ନାମଯଜ୍ଞ ଆରମ୍ଭ ହୋଇଥିଲା । ରବିବାର ନାମ ସମାପନ ସହ ଦଧିଭାଣ୍ଡ ଭଂଜନ ସହ ଅବିର ଖେଳି ନଗର ପରିକ୍ରମା କରିଥିଲେ । ପରବର୍ତି ସମୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୌରାଂଚଳର ବହୁ ଭକ୍ତ ପ୍ରସାଦ ସେବନ କରିବା ସହ ପ୍ରଭୁକୃପା ଲାଭ କରିଥିଲେ । ପର୍ଶୁରାମ ସାହୁ, ସତ୍ୟ ନାରାୟଣ ସାହୁ, ଲିଙ୍ଗରାଜ ସେନାପତି, ଲଡ଼ୁ କିଶୋର ସାହୁ, ବଂଶୀଧର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଶଙ୍କର୍ଷଣ ସାହୁ, ବ୍ରଜକିଶୋର ସାହୁ, ଦିଲ୍ଲିପ କୁମାର ସାହୁ, ରାଜନ କୁମାର ସାହୁ, ରଜନୀକାନ୍ତ ସାହୁ, ରମାକାନ୍ତ ସାହୁ, ଶରତ କୁମାର ସାହୁଙ୍କ ସମେତ ସଂପୃକ୍ତ ସାହିର ଉତ୍ସାହୀ ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ